ଅସ୍ତରଙ୍ଗ :- ଅସ୍ତରଙ୍ଗ ଅଗ୍ନୀଶମ ବାହୀନି ତରଫରୁ ଅସ୍ତରଙ୍ଗ ବଜାର ସମେତ ବ୍ଲକ , ଡାକ୍ତରଖାନା, ମଙ୍ଗଳବାର ୯ ଘଟିକା ସମୟରେ ସାନିଟାଇଜେସନ୍ ବା ବିଶୋଧନ କରାଯାଇଅଛି । ଅଗ୍ନୀଶମ ଅଧିକାରୀ କଳ୍ପତରୁ ନାୟକଙ୍କ ପ୍ରତକ୍ଷ ତ୍ୱତବଧାନରେ ହାବିଲଦାର ପ୍ରଫୁଲ କୁମାର ନାୟକ, ଆଗ୍ନୀକ ସଞ୍ଜୟ ସେଠୀ ଓ ଜଗନ୍ନାଥ ମହାରଣା, ତାପସ ରାଉତ ପ୍ରମୁଖ ସୋଡିୟମ ହାଇକ୍ଲୋରାଇଡ୍ ପାଣି ଟାଙ୍କି ଟିକୁ ବ୍ଲକର ଜାଗୁଳାଇ ପଡିଆଠାରୁ ଆରମ୍ଭ କରି ବସ ଷ୍ଟାଣ୍ଡ ନିକଟରେ ଥିବା ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଛିଞ୍ଚନ କରାଇଥିଲା । ଯାହା ଦ୍ୱାରାକି ଏହି ଛିଞ୍ଚନ ଦ୍ୱାରା କରୋନା ଭାଇରାସ୍ର ସଂକ୍ରମଣ ନହେବା ସହ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବ ବୋଲି ଅଗ୍ନୀଶମ ବାହୀନି ସୁତ୍ରରୁ ଜଣାପଡିଅଛି ।