Odisha news

ଡେଲାଙ୍ଗ ଗ୍ରାମ ଦାଣ୍ଡରୁ ହରିଣ ଉଦ୍ଧାର

0

ଡେଲାଙ୍ଗ  : ଡେଲାଙ୍ଗ ଥାନା ଅନ୍ତର୍ଗତ କୁମୁକା ଜଙ୍ଗଲରୁ ଏକ ଅଣ୍ଢିରା ହରିଣ ପାଖ ବେଗୁନିଆ ପଡା ଗ୍ରାମ ମଧ୍ୟକୁ ପଳାଇ ଆସିଥିଲା । ମାତ୍ର ଗ୍ରାମର ଯୁବକ ମାନେ ହରିଣଟିକୁ କାବୁ କରିବା ସହ ଡେଲାଙ୍ଗ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ । ଖବର ପାଇ କଣାସ ଫରେଷ୍ଟର ଅକ୍ଷୟ କୁମାର ମୁଦୁଲି ସଙ୍ଗେ ସଙ୍ଗେ ବନ ବିଭାଗର କର୍ମଚାରୀଙ୍କୁ ଘଟଣା ସ୍ଥଳକୁ ପଠାଇଥିଲେ । ହରିଣଟି ପ୍ରାୟ ତିନି ଫୁଟ ଉଚ୍ଚତା ହୋଇଥିବା ବେଳେ ଓଜନ ପ୍ରାୟ ୪୦ ରୁ ୪୫ କିଲେ ହେବ ବୋଲି ଜଣାପଡିଛି । ଗ୍ରାମବାସୀଙ୍କ ସହଯୋଗରେ ହରିଣଟିକୁ ପାଖ ଜଙ୍ଗଲରେ ଛଡା ଯାଇଥିବା ଜଣାପଡିଛି ।

Leave A Reply