ନିମାପଡା:ଆଜି ସଂଧ୍ୟାରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଓ ଏସ୍ପି ଡ. ଉମାଶଙ୍କର ଦାସ ଚାରିଛକ ଓ ନିମାପଡା ୨ଟି ସ୍ୱାସ୍ଥ୍ୟକେନ୍ଦ୍ର ଓ ନିମାପଡା ଥାନା ପରିଦର୍ଶନ କରିଛନ୍ତି ।ଜିଲ୍ଲାପାଳ ଓ ଏସ୍ପି ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁସଲେସନ ୱାର୍ଡ ଗୁଡିକ ବୁଲି ଦେଖିଥିଲେ ।ନିମାପଡା ଥାନାକୁ ଯାଇ ମହାମାରୀ କରୋନା ପାଇଁ ସରକାରଙ୍କ ଲକ ଡାଉନ ପାଳନ ଏବଂ ଆଇନଶୃଙ୍ଖଳା ପରିସ୍ଥିତ ଉପରେ ସ୍ଥାନୀୟ ପୁଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।ନିମାପଡା ଅଂଚଳରେ ଥିବା ମନ୍ଦିର ଓ ମସ୍ଜିଦରେ ଯେମିତି ଭିଡି ନଜମେ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ।ପଂଚାୟତ ସ୍ତରରେ ପରିସ୍କାର ପରିଚ୍ଛନ୍ନତା ରଖିବା,ହାଟ ବଜାରରେ ଜନଗହଳି ନହେବା ଏବଂ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ବଂଟନ କରିବା ସମୟରେ ସମଦୂରତା ରକ୍ଷା କରିବା ଉପରେ ଅଧିକ ଦୃଷ୍ଟି ଦେବାକୁ ବିଡିଓ ମନୋଜ ବେହେରାଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ।ଏଡିଏମ୍ ପ୍ରଦୀପ କୁମାର ସାହୁ,ଅତିରିକ୍ତ ଏସ୍ପି ଅରୁଣ କୁମାର ଜେନା,ଅତିରିକ୍ତ ଜିଲ୍ଲାପାଳ ଭବତାରଣ ସାହୁ,ନିମାପଡା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ,ଏସ୍ଡିପିଓ ପ୍ରଦୀପ ଦଳାଇ,ଆଇଆଇସି ଜନାର୍ଦ୍ଦନ ପାଢୀ ,ନିମାପଡା ବ୍ଲକ ଯୋଗାଣ ଅଧିକାରୀ ଶିବାଶିଷ ଜେନା,ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ର ଇନଚାର୍ଜ ପିକେ ସାମନ୍ତରାୟ,ନିମାପଡା ସ୍ୱାସ୍ଥ୍ୟକେନ୍ଦ୍ର ଇନଚାର୍ଜ କ୍ଷମାନିଧି ସେଠୀ ପ୍ରମୁଖ ଉପସ୍ଥିତଥିଲେ ।