ପ୍ରଧାନମନ୍ତ୍ରୀ କୃଷକ ଯୋଜନା : ଏହି ଯୋଜନା ର ଲାଭ ଉଠାଇବା ପାଇଁ କଣ ପ୍ରମାଣ ପତ୍ର ଆବଶ୍ୟକ ଏଠାରେ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
ନୂଆଦିଲ୍ଲୀ : ୯.୭୫ କୋଟି କୃଷକ ପରିବାରଙ୍କ ପାଇଁ ୧୯,୫୦୦କୋଟି ଟଙ୍କାର ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ନବମ କିସ୍ତି ଅଗଷ୍ଟ ମାସ ୯ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା ଜାରୀ କରାଯାଇଥିଲା ।
ଏହି ଯୋଜନାର ଘୋଷଣା ଫେବୃଆରୀ ୨୦୧୯ ରେ କରଯାଇଥିଲା । କେନ୍ଦ୍ରୀୟ ବଜେଟ ର ଉଦେଶ୍ୟ ଦେଶ ସାରା ରହୁଥିବା ନିମ୍ନ ଓ ମଧ୍ୟମ ଧରଣର କୃଷକ ମାନଙ୍କୁ ସୁବିଧା ପ୍ରଦାନ କରିବା ହେଲା ମୁଖ୍ୟ ଉଦେଶ୍ୟ । ଏହାଦ୍ବାରା ସମସ୍ତ ତଥ୍ୟ ଚାଷୀ ପରିବାର ର ଇଲେକ୍ଟ୍ରୋନିକ ଡାଟାବେସ୍ ରେ ଆଧାରିତ ରହିଛି । ଯେଉଁଥିରେ କୃଷକ ପରିବାରଙ୍କ ସମସ୍ତ ସଦସ୍ୟ ଙ୍କ ସମସ୍ତ ଆବଶ୍ୟକତା ବିବରଣୀ ସାମିଲ ରହିଛି ।
ପି ଏମ କିସାନ୍ ଯୋଜନା କଣ –
ପି ଏମ କିସାନ ଯୋଜନା ଅନୁସାରେ କେନ୍ଦ୍ର ସରକାର ଛୋଟ ଓ ମଧ୍ୟବିତ୍ତ କୃଷକ ମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ କୁ ସବୁ ବର୍ଷ ୬୦୦୦ ଟଙ୍କା ପ୍ରଦାନ କରି ଥାଆନ୍ତି । ଏହି ଅର୍ଥକୁ ତିନିଟି କିସ୍ତି ରେ ୨୦୦୦ ଟଙ୍କା ଲେଖାଏଁ ଜମା କରାଯାଇଥାଏ ।
ଯୋଜନାର ପ୍ରାରମ୍ଭିକ ଚରଣରେ କେବଳ ଛୋଟ ଓ ସୀମାନ୍ତ କୃଷକ ଯେଉଁ ମାନଙ୍କ ନିକଟରେ ୨ ହେକ୍ଟର ଜମି ରହିଥିଲା ସେମାନେ କେବଳ ଏହାର ଲାଭ ପାଉଥିଲେ । କିନ୍ତୁ ୨୦୧୯ ଜୁନ ପରେ ଏହି ସୁବିଧା ସମସ୍ତ କୃଷକ ପରିବାର ପାଇ ପାରିବେ ସେହି ସୁବିଧା କରାଗଲା ।
ପ୍ରଥମ କିସ୍ତି ଅପ୍ରେଲ ୧ ରୁ ୩୧ ଜୁଲାଇ ମଧ୍ୟରେ ପ୍ରଦାନ କରାଯାଇଥିଲା । ଦ୍ଵିତୀୟ କିସ୍ତି ଅଗଷ୍ଟ ୧ ରୁ ୩୦ ନଭେମ୍ବର ଓ ତୃତୀୟ କିସ୍ତି ଡିସେମ୍ବର ୧ ରୁ ୩୧ ମାର୍ଚ୍ଚ ମଧ୍ୟରେ ପ୍ରଦାନ କରାଯାଇ ଥିଲା । ୭୫କୋଟି ଏହି ଯୋଜନାର ଉଦ୍ଦେଶ୍ୟ ହେଲା ଚାଷୀଙ୍କୁ ସାହାଯ୍ୟ କରିବା ।
କଣ ସବୁ ଆବଶ୍ୟକୀୟ ପ୍ରମାଣପତ୍ର ଆବେଦନ କରିବା ପାଇଁ ଆବଶ୍ୟକ –
ନାମ , ଆୟୁ , ଲିଙ୍ଗ ଓ ଶ୍ରେଣୀ ( ଏସଟି , ଏସି )
ଆଧାର ସଂଖ୍ୟା , ଜମ୍ମୁ କାଶ୍ମୀର ଓ ଲଦଖ କେନ୍ଦ୍ର ଶାସିତ ଅଞ୍ଚଳକୁ ଛାଡ଼ି କାରଣ ଏଠାରେ ଅଧିକାଂଶ ବ୍ୟକ୍ତିଙ୍କୁ ଆଧାର ସଂଖ୍ୟା ପ୍ରଦାନ କରାଯାଇ ନାହିଁ । ଏହି ସ୍ଥାନ ଗୁଡିକରେ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଛାଡ କରାଯାଇଥିଲା । ଅନ୍ୟ ପକ୍ଷରେ ଅନ୍ୟ ସ୍ଥାନ ଗୁଡିକରେ ଆଧାର ବିକଳ୍ପ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଗ୍ରହଣ କରାଯିବ ।
ବ୍ୟାଙ୍କ୍ ପାସ୍ ବୁକ୍ ସହିତ IFAC କୋଡ
କିପରି ଯାଞ୍ଚ କରିବେ ପିଏମ୍ କିଶନ ନିଧି-
– ପିଏମ୍ କିଶାନ ନିଧି ର ଅଧିକାରୀକ ୱେବସାଇଟ କୁ ଜାଇ https://pmkisan.gov./ଓ କିଷାନ କର୍ଣ୍ଣାର ସେକ୍ସନ ଖୋଜନ୍ତୁ ।
– ଲାଭାର୍ଥି ର ସ୍ଥିତି ବିକଳ୍ପ ବାଛନ୍ତୁ ଯାହା ଲଭର୍ଥି କୁ ଦେଇଥାଏ ।
– ଏହା ପରେ ଚାଷୀର ବ୍ୟାଙ୍କ୍ ଖାତା ରେ ଦିପୋଜିଟ ହୋଇଥିବା ଅର୍ଥ ଦେଖାଯିବ ।
– ଏହାପରେ ଡାଟା ପ୍ରାପ୍ତ ଉପରେ କ୍ଲିକ୍ କରନ୍ତୁ ଏହାପରେ ଆସିବ କିଷାନ୍ ଲଭାର୍ଥି ସୂଚୀ ।
– ଏହାପରେ ନିଜର ରାଜ୍ୟ , ଜିଲ୍ଲା , ଉପଜିଲା,ବ୍ଲକ ଓ ଗ୍ରାମର ସମସ୍ତ ତଥ୍ୟ ଦିଅନ୍ତୁ ।
ସ୍ଥିତିର ଯାଞ୍ଚ କରିବା ପାଇଁ ପଦକ୍ଷେପ –
ପିଏମ କିଶନ ନିଧି ଅଧିକାରୀକ୍ ୱେବସାଇଟ ର ମେନୁ ବାର କୁ ଯାଆନ୍ତୁ ।
– ସେଠାରେ କିଶାନ୍ କର୍ଣ୍ଣାର ବିବରଣୀ ମିଳିବ । ଯେଉଁଠି ରହିଥିବା ଆଧାର ସଂଖ୍ୟା , ଖାତା ସଂଖ୍ୟା ଓ ମୋବାଇଲ୍ ନମ୍ୱର୍ । ଏହା ଆପଣଙ୍କୁ ଯାଞ୍ଚ କରିବା ପାଇଁ ସାହାଯ୍ୟ କରିବ ।
– ଆପଣ ସମସ୍ତ ତଥ୍ୟକୁ ପୁରାଣ କରିବା ପରେ ଆପଣଙ୍କୁ ପାଏମ୍ କିଶନ ଯୋଜନାର ସମସ୍ତ ଡାଟା ମିଳିବ ।
କେଉଁ ମାନେ ଏହି ସୁବିଧାର ଲାଭ ଉଠାଇ ପାରିବେ ନାହିଁ –
ଯେଉଁ ବ୍ୟକ୍ତି ମାନେ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଅଧିନରେ କାମ କରୁଛନ୍ତି , ନଚେତ୍ ଶାସକ ଦଳ ରେ କିମ୍ବା ପୂର୍ବରୁ କେବେ ଶାସନରେ ରହିଛନ୍ତି , ସେବା ନିବୃତ ଅଧିକାରୀ ଓ କର୍ମଚାରୀ , ସରକାରୀ ସ୍ୱାୟତ୍ତ ନିୟମ ପୀଏମ୍ କିସାନ ନିୟମର ବାହାରେ ରହିବେ । ଅନ୍ୟ ପକ୍ଷରେ କାର୍ଯ୍ୟରତ ଡାକ୍ତର , ଇଞ୍ଜିନିୟର ଓ ଓକିଲ ଏବଂ ଯେଉଁ ପେନସନ ଅଧିକାରୀ ଙ୍କ ମାସିକ ପେନସନ ୧୦୦୦୦ ରୁ ଉର୍ଦ୍ଧ ସେମାନେ ଏଥିରୁ ବାହାରେ ରହିବେ ।
Comments are closed.