ଏବେ ସମସ୍ତ ସିବାଳୟ ରେ ମହାଦେବଙ୍କୁ ବିଶେଷ ପୂଜର୍ଚ୍ଚନା କରାଯାଉଛି । କୁହାଯାଏ ଯେ ଏହି ମାସରେ ମହାଦେବ ମାତା ପାର୍ବତୀଙ୍କ ସହିତ ପୃଥିବୀ ଲୋକ ଭ୍ରମଣ କରିବାକୁ ଆସନ୍ତି ଓ ଶିବ ଭକ୍ତ ମାନଙ୍କୁ ବିଶେଷ ଆଶୀର୍ବାଦ ପ୍ରଦାନ କରନ୍ତି ।
* ସୋମବାର ପ୍ରତିପଦ ପଡୁଥିବାରୁ ଏହାର ଖୁବ୍ ମହତ୍ତ୍ଵ ଆମ ହିନ୍ଦୁ ଧର୍ମରେ ରହିଛି ।
* ଏହିଦିନ ଯଦି ଆମେ ମହାଦେବଙ୍କୁ ଚନ୍ଦନ ଓ ବେଲପତ୍ର ଅର୍ପଣ କରିଥାଉ ତେବେ ଜୀବନର ସମସ୍ତ ଦୁଃଖ ଦୂର ହୋଇଥାଏ । ତା ସହିତ ଶିବ ପଞ୍ଚକ୍ଷରି ମଧ୍ୟ ପାଠ କରିବା ଉଚିତ୍ ।
* ଏହିଦିନ ଶିବଙ୍କୁ ଜଳାଭିଷେକ ମଧ୍ୟ କରାଯାଇଥାଏ । କାରଣ ମାନ୍ୟତା ରହିଛି ଯେ ଜଳାଭିଷେକ କଲେ ଗୃହ ମୁଖ୍ୟଙ୍କ ସମସ୍ତ କାର୍ଯ୍ୟ ସୁରୁଖୁରରେ ହୁଏ ।
* ସୋମବାର ଦିନ ମହାଦେବ ଙ୍କୁ ବେଲପତ୍ର ଅର୍ପଣ କଲେ ସନ୍ତାନ ମାନଙ୍କ ଜୀବନରେ ଉନ୍ନତି ହୁଏ ଓ ସମସ୍ତ ରିଷ୍ଟ ଖଣ୍ଡନ ହୁଏ ।
* ଆପଣ ଶ୍ରାବଣ ସୋମବାର ରେ ଷଣ୍ଢକୁ ମଧ୍ୟ ପୂଜା କରି ପାରିବେ ଓ ଏହିଦିନ ଷଣ୍ଢକୁ କଦଳୀ ସହିତ ଦୁବଘାସ ଖାଇବାକୁ ଦେଲେ ଜୀବନରେ କ୍ଲେଶ ହୁଏ ।
* ପୁରାଣ କାଳରୁ ସୋମବାର ଦିନ ର ମହତ୍ତ୍ଵ ରହିଛି । ଏହିଦିନ ଦେବତା ମାନେ ମଧ୍ୟ ମହାଦେବ ଙ୍କୁ ବିଶେଷ ପୂଜାର୍ଚ୍ଚନା କରି ଥାଆନ୍ତି । ତେଣୁ ଏହିଦିନ ଶିବଙ୍କୁ ପୂଜା କଲେ ମନ ଇଚ୍ଛା ଫଳ ପ୍ରାପ୍ତି ହୋଇଥାଏ ।
* ମାନ୍ୟତା ରହିଛି ଯେ ଅବିବାହିତା କନ୍ୟା ମାନେ ଯଦି ଏହିଦିନ ଶିବଙ୍କ ଚାଳିଶା ପାଠ କରନ୍ତି ତେବେ ସେମାନେ ନିଜ ଅଭିଲାସିତ ସ୍ବାମୀ ଲାଭ କରନ୍ତି ।
Comments are closed.