Odisha news

ୟୁରୋପୀୟ ସଂଘ ଶିଖର ସମିଳନୀରେ ଭିଡିଓ କନ୍ଫରେସିଙ୍ଗ ଜରିଆରେ ଅଂଶ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ -ୟୁରୋପୀୟ ସଂଘ ଶିଖର ସମିଳନୀରେ ଭିଡିଓ କନ୍ଫରସିଂ ଜରିଆରେ ଅଂଶ ଗ୍ରହଣ କରିଛନ୍ତି l ଏହି ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ନବୀକରଣ ଉର୍ଜାର ଉପଯୋଗକୁ ବଢାଇବା ଆମର ଚେଷ୍ଟା l ଆମେ ୟୁରୋପର ଦେଶଗୁଡିକୁ ପୁଞ୍ଜି ନିବେଶ କରିବା ପାଇଁ ଆମନ୍ତ୍ରିତ କରୁଛୁ l ପ୍ରଧାନମନ୍ତ୍ରୀ ମୋଦି ପଞ୍ଚଦଶ ଭାରତ ଓ ୟୁରୋପୀୟ ସଂଘ ଶିଖର ସମିଳନୀରେ ସାମିଲ ହୋଇଥିଲେ l ଆଉ ମଧ୍ୟ କହିଛନ୍ତି କୋଭିଡି-19 କାରଣରୁ ଭାରତ ୟୁରୋପୀୟ ସଂଘ ଶିଖର ସମିଳନୀକୁ  ମାର୍ଚ ମାସରେ ରଦ୍ଧ କରାଯାଇଥିଲା l ଏହା ଠିକ ହେଲା ଯେ ଆମେ ସମସ୍ତେ ଭିଡିଓ କନ୍ଫରେସିଙ୍ଗ ଜରିଆରେ ଏକାଠି ହୋଇ ପାରିଲେ l

ଏହି ସମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ବର୍ତ୍ତମାନ ଚୁନୌତି ବ୍ୟତୀତ ,ଜଳବାୟୁ ପରିବର୍ତ୍ତନ ଯେପରି ଦୀର୍ଘ କାଳୀନ  ଚୁନୌତି ଗୁଡିକ ପାଇଁ ଭାରତ ଓ ୟୁରୋପୀୟ ସଂଘ ପ୍ରାଥମିକତା ଦେବା ଆବଶ୍ୟକ l ଭାରତରେ ନବୀକରଣ ଉର୍ଜା ପାଇଁ ଉପଯୋଗକୁ ବଢାଇବା ଆମର ଚେଷ୍ଟା ଓ ଏଥିପାଇଁ ଆମେ ୟୁରୋପୀୟ ନିବେଶ କାରି ଓ ପ୍ରଦୟଗିକ କାରିଙ୍କୁ ନିମନ୍ତ୍ରଣ କରୁଛୁ l ଭାରତ ଓ ୟୁରୋପୀୟ ସଂଘ ପ୍ରାକୃତ ବନ୍ଧୁ l ଆମର ଏହି ବନ୍ଧୁତ୍ୱ ବିଶ୍ୱର ଶାନ୍ତି ଓ ସ୍ଥିରତା ପାଇଁ ଅତ୍ୟନ୍ତ ମହତ୍ୱ ପୂର୍ଣ୍ଣ ଅଟେ ଓ ଏହା ବର୍ତ୍ତମାନର ବିଶ୍ୱର ସ୍ଥିତିକୁ ନେଇ ସ୍ପଷ୍ଟ ହୋଇଯାଇଛି l

ଏହି ଅଧିବେଶନରେ ୟୁରୋପୀୟ ପରିଷଦର ଅଧକ୍ଷ ଚାର୍ଲସ ମିଶେଲ କହିଥିଲେ ଯେ ମୁଁ ଭାରତ ମାଧ୍ୟମରେ ୟୁରୋପୀୟ ସଂଘ ଦ୍ୱାରା ଦେଖା ଯାଇଥିବା ସହଯୋଗ ପାଇଁ ଧନ୍ୟବାଦ ଜଣାଉଛି l ତା ସାହିତ କରୋନା ମହାମାରୀକୁ ନେଇ ଚାଲିଥିବା ଲଢେଇରେ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ବହୁ ପକ୍ଷ ଭୂମିକାକୁ ନେଇ ଅlଭର ପ୍ରକଟ କରୁଛି l ଚଳିତ ବର୍ଷ ମାର୍ଚ ମାସରେ ବ୍ରସେଲସରେ ୟୁରୋପୀୟ ୟୁନିୟନର ସମିଳନୀ ଆୟୋଜନ ହେବାର ଥିଲା l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ସମିଳନୀରେ ଉପସ୍ଥିତ ହୋଇଥାନ୍ତେ l କିନ୍ତୁ କରୋନା ମହାମାରୀ ଯୋଗୁ ଏହି ସମିଳନୀ ରଦ୍ଧ କରାଯାଇଥିଲା l

 

Nalco
Leave A Reply