Odisha news

ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଜୟନ୍ତୀ ଅବସରରେ ସୈନିକ ଓ କୃଷକ ସମ୍ମାନ

ଭୁବନେଶ୍ୱର,ତା.୧୭/୦୯: ଯଶ୍ୱସୀ ପ୍ରଧାନମନ୍ତ୍ରୀ ଭାରତର ଲୋକପ୍ରିୟ ନେତା ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳନ ଅବସରରେ ଓଡିଶା କୃଷକ ମୋର୍ଚ୍ଚା ରାଜ୍ୟର ସୈନିକ ଓ ବିଭିନ୍ନ ଚାଷରେ କୃତିତ୍ୱ ଅର୍ଜନ କରିଥିବା ଭିନ୍ନ ଭିନ୍ନ ଚାଷୀ ମାନଙ୍କୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା କରାଯାଇଅଛି ଏଥିରେ ମୁଖ୍ୟ ଅତିଥୀ ଭାବେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ତାଙ୍କ ଅଭିଭାଷଣରେ ଦେଶର ସମସ୍ତ ନାଗରିକଙ୍କ ଉନ୍ନତି ଓ ଦେଶକୁ ଆଗେଇ ନେବାରେ ଶ୍ରୀ ମୋଦୀଙ୍କର ଭୂମିକା ଓ ସୁଶାସନ ଆଜି ସମସ୍ତେ ଅନୁଭବ କରୁଛନ୍ତି ।
ଅନ୍ୟତମ ମୁଖ୍ୟ ଅତିଥି ଭାବେ ଭାରତୀୟ କିଷାନ ମୋର୍ଚ୍ଚାର ରାଷ୍ଟ୍ରୀୟ ସମ୍ପାଦିକା ଶୁଶ୍ରୀ ପିଙ୍କି ଶିବରାଜ ଶାହା କୃଷକ ଓ ସୈନିକ ମାନଙ୍କୁ ସମ୍ବୋଧନ କରି କହିଲେ ଯେ ଆମ ପ୍ରିୟ ପ୍ରଧାନମନ୍ତ୍ରୀ ମୋଦିଜୀ “ସବ୍କା ସାଥ୍ ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ” ବଳରେ ଭାରତର କୃଷକ ଓ ସୈନିକ ମାନଙ୍କ ଉନ୍ନତି ପାଇଁ ଅନବରତ କାର୍ଯ୍ୟରତ ଅଛନ୍ତି ତାଙ୍କର ଉଦ୍ୟମ ଓ ନିଷ୍ଟା ରାଷ୍ଟ୍ର ନିର୍ମାଣ ପାଇଁ ଉର୍ଦ୍ଦିଷ୍ଟ ଅଟେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ସୁନ୍ଦରଗଡ ସାଂସଦ ଶ୍ରୀଯୁକ୍ତ ଜୁଏଲ ଓରାମ, ପୂର୍ବତନ ରାଜସ୍ୱ ମନ୍ତ୍ରୀ ଶ୍ରୀ ମନମୋହନ ସାମଲ, ଓଡିଶା ବିଜେପି ସାଧାରଣ ସମ୍ପାଦିକା ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର, ଭାରତୀୟ କିଷାନ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ସ୍ୱାଇଁ ଅତିଥି ଭାବରେ ଯୋଗ ଦେଇଥିଲେ । ଉକ୍ତ ସଭାଟିକୁ ଭାରତୀୟ ଜନତାପାର୍ଟି ଓଡିଶା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ପରିଚାଳନା କରିôଲେ । ଅତିଥି ମାନଙ୍କ ପରିଚୟ ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ କାମାକ୍ଷା ପ୍ରଧାନ ଓ ଶ୍ରୀ ଲକ୍ଷ୍ମଣ ବାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Shares