Odisha news

ବାଲିଗୁଡ଼ାରେ ଗାଡି ଚାଳକ ଦିବସ ପାଳିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡିଶା ମୋଟର ଚାଳକ ସଙ୍ଘ ଆନୁକୂଲ୍ୟରେ ବାଲିଗୁଡା ଶାଖା ପକ୍ଷରୁ ଆଜି ସେପ୍ଟେମ୍ବର ୧୭ ତାରିଖ ଦିନ ନୁଆସାହି ଛକ ଠାରେ ଚାଳକ ଦିବସ ପାଳନ କରାଯାଇଛି | ସାରା ଓଡିଶା ରେ ଆଜିର ଏହି ଦିନଟିକୁ ଚାଳକ ଦିବସ ପାଳନ କରୁଛନ୍ତି | ବାଲିଗୁଡା ଶାଖାର ମନୋଜ ଦିଗାଳ ଙ୍କ ନେତୃତ୍ୱରେ ବାଲିଗୁଡା ର ଗାଡି ଚାଳକ ମାନଙ୍କୁ ସଚେତନତା କରାଇ ଗାଡି ଚାଳକ ମାନଙ୍କୁ ମଦ୍ଯ ପାନ ରୁ ନିବୃତ ରହିବା ସହ ଗାଡି ଚଲେଇଲାବେଳେ ମୋବାଇଲ ଫୋନ୍ ବ୍ଯବହାର ନ କରିବା ,ଦୃତଗତିରେ ଗାଡି ନ ଚଲେଇବାକୁ ଚାଳକ ମାନଙ୍କୁ କୁହାଯାଇଛି ।ଏହି କାର୍ଯ୍ୟ ରେ ସମସ୍ତ ଡ୍ରାଇଭର କର୍ମୀ ଯୋଗଦାନ କରିଥିଲେ |

Shares