Odisha news

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଉପଲକ୍ଷେ “ଜୟ ଯବାନ ଜୟ କିଷାନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ

ପଦ୍ମପୁର(ରିପୋର୍ଟ – ନିରୋଜ କୁମାର ପାଣୀ) : ଭାରତ ର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଉପଲକ୍ଷେ ଆସନ୍ତା ୧୭ ତାରିଖ ୧୦ ସମୟ ରେ ବରଗଡ ଜିଲ୍ଲା ବିଜେପି କାର୍ଯ୍ଯାଳୟ ଠାରେ ” ଜୟ ଯବାନ ଜୟ କିଷାନ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଯବାନ ଓ କିଷାନ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ଅଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ପଦାଧିକାରୀ ମାନଙ୍କୁ ଅନୁରୋଧ ନିଜ ବହୁମୂଲ୍ୟ ସମୟ ଦେଇ ଭାରତ ର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଉପଲକ୍ଷେ “ଜୟ ଜବାନ ଜୟ କିଷାନ ” କାର୍ଯ୍ୟକ୍ରମ ରେ ଯୋଗଦାନ କରିବାକୁ ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି

Comments are closed.