Odisha news

ଗଣେଷ ମୂର୍ତ୍ତି ବିସର୍ଜନ କରିବାକୁ ଗୋଧସ ଜଳ ପ୍ରପାତ କୁ ଯାଇ ତିନି ଯୁବକ ନିଖୋଜ

ନୂଆପଡା-୧୬/୯ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ନୂଆପଡା ଠାରୁ ୨୫ କିମି ଦୂର ଗୋଧସ ଜଳପ୍ରପାତ ରେ ଅଘଟଣ ଘଟିଛି। ଆଜି ଅପରାହ୍ନ ରେ ଗଣେଷ ମୂର୍ତ୍ତି ବିଷର୍ଜନ କରିବାକୁ ଯାଇ ତିନି ଜଣ ନିଖୋଜ ଥିବା ଧରମବନ୍ଧା ଥାନା ରେ ରିପୋର୍ଟ ହୋଇଛି। ତିନିଜଣ ହେଲେ ନୂଆପଡା ବିଦେଶୀ ମଦ଼ ଦୋକାନ ର କର୍ମଚାରୀ।ମୋଟ ପାଞ୍ଚ ଜଣ ଗଣେଷ ବିଷର୍ଜନ କରିଵାକୁ ଯାଇଥିଲେ। ଦୁଇ ଜଣ ବାହାରେ ଥିବା ବେଳେ ଅନ୍ୟ ତିନି ଜଣ ପାଣି ଭିତର କୁ ଯାଇଥିଲେ। ତିନି ଜଣ ହେଲେ ନିଲେଶ ସିଂ ୩୩ ବର୍ଷ,ଅମିତ କୁମାର ଗୁପ୍ତା ୨୫ ବର୍ଷ ଓ ଅନ୍ୟ ଜଣେ ରାଜକୁମାର ଗୁପ୍ତା ୨୪ ବର୍ଷ ବୋଲି ପ୍ରାଥମିକ ସୂଚନା ରୁ ଜଣାପଡିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଅଛି। ନିଲେଶ ସିଂ ନୂଆପଡା ବିଦେଶୀ ମଦ ଦୋକାନ ର ମ୍ୟାନେଜର ବୋଲି ଜଣାପଡିଅଛି। ଅନ୍ୟ ଦୁଇ ଜଣ କର୍ମଚାରୀ ଅଟନ୍ତି। ପ୍ରଥମ ଜଣେ ପାଣି ଭିତରକୁ ଯାଇ ପାଣି ଭଉଁରୀରେ ବୁଡ଼ି ଯାଉଥିବା ଦେଖି ଅନ୍ୟ ଦୁଇ ଜଣ ଉଦ୍ଧାର ପାଇଁ ଯାଇଥିଲେ। ସେମାନେ ମଧ୍ୟ ବୁଡି ଯାଇଥିବା ଜଣାପଡିଅଛି। ପାଣି ଭିତରେ ତିନି ଜଣ ନିଖୋଜ ହୋଇଛନ୍ତି। ତାଙ୍କର କୌଣସି ସୂଚନା ମିଳିପାରି ନାହିଁ। ଅଗନ୍ନିଶ୍ରମ ବିଭାଗ ଘଟଣା ସ୍ଥଳକୁ ନିଖୋଜ ଯୁବକମାନଙ୍କ ଉଦ୍ଧାର ପାଇଁ ଯାଇଛି।ରାତ୍ରି ହୋଇ ଯାଇ ଥିବାରୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି। ଖବର ଲେଖା ହେବା ଯାଏଁ ,ତିନି ଯୁବକଙ୍କ କିଛି ବି ସୁରାକ ମିଳି ନାହିଁ।

Comments are closed.