ନୂଆଦିଲ୍ଲୀ :ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୭୧ ରେ ଆଜିକୁ ୫୦ ବର୍ଷ ତଳେ ହୋଇଥିବା ଯୁଦ୍ଧକୁ ଆମେ ଭାରତୀୟମାନେ ବିଜୟ ଦିବସ ଭାବରେ ପାଳନ କରିଥାଉ l ଏହି ଯୁଦ୍ଧରେ ଭାରତୀୟ ସେନାର ଗୌରବଶାଳୀ ବିଜୟକୁ ଆଜି ୫୦ ବର୍ଷ ପୁର୍ଣ ହୋଇଯାଇଛି l ଏହି ଅବସରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ରୁ “ବିଜୟ ଜ୍ୟୋତି ଯାତ୍ରା “ର ଆରମ୍ଭ କରିଛନ୍ତି l ପ୍ରଧାନ ମନ୍ତ୍ରୀ ମୋଦି ନେସନାଲ ୱାର ମେମୋରିଆଲ ପହଂଚି ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି l
ଏହି ବିଜୟ ଜ୍ୟୋତି ଯାତ୍ରା ରେ ଆମେ ଭାରତ ମାତାର ବୀରପୁତ୍ର ମାନଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦେବା l ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୭୧ ରେ ହୋଇଥିବା ଯୁଦ୍ଧ ଅନେକ କ୍ଷେତ୍ରରେ ଆମ ପାଇଁ ଗୁରୁତ୍ୱପୂର୍ଣ l ଏହି ଯୁଦ୍ଧ ୧୩ ଦିନ ଧରି ଚାଲିଥିଲା l ଏହି ଯୁଦ୍ଧରେ ୩୮୪୩ ଜଣ ସୈନ୍ୟ ସହିଦ ହୋଇଥିଲେ l ଏହି ଯୁଦ୍ଧର ପରିଣାମ ଏପରି ଥିଲା ଯେ ୯୦ ହଜାର ପାକିସ୍ତାନ ସୈନ୍ୟ ଆତ୍ମସମର୍ପଣ କରିଥିଲେ l ଏହା ପାକିସ୍ତାନ ପାଇଁ ଗୋଟିଏ ଉଚିତ ଶିକ୍ଷା ଦେବା ସହିତ ବଙ୍ଗଳା ଦେଶକୁ ଗୋଟିଏ ପରିଚୟ ଦେଇଥିଲା l
ଏହି ବିଜୟ ଜ୍ୟୋତି ମଥୁରା ,ଭରତ ପୁର ,ଅଲବର ,ହିସାର ,ଜୟପୁର ,କୋଟା ,ଇତ୍ୟାଦି ସୈନ୍ୟ ଛାଉଣୀ ଅଂଚଳ କୁ ଭ୍ରମଣ କରି ଦିଲ୍ଲୀରେ ପହଂଚିବ l ଏହି ଜ୍ୟୋତି ବଙ୍ଗଳା ଦେଶର ରାଜଧାନୀ ଢାକା ମଧ୍ୟ ଯିବ l