ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜେୱର ଠାରେ ଇଣ୍ଡିଆ ଚିପ୍ ପ୍ରାଇଭେଟ୍ ଲିମିଟେଡ୍ ର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗ୍ରେଟର ନୋଏଡାର ଜେୱାର ସ୍ଥିତ ୱାଇଇଆଇଡିଏ (ଯମୁନା ଏକ୍ସପ୍ରେସୱେ ଇଣ୍ଡଷ୍ଟ୍ରିଆଲ ଡେଭଲପମେଟ୍ ଅଥରିଟି)ରେ ଆଉଟସୋର୍ସିଂ ସେମିକଣ୍ଡକ୍ଟର ଆସେମ୍ବଲି ଆଣ୍ଡ ଟେଷ୍ଟ (ଓସାଟ୍) ସୁବିଧା ପାଇଁ ଇଣ୍ଡିଆ ଚିପ୍ ପ୍ରାଇଭେଟ୍ ଲିମିଟେଡ୍ – ଏଚ୍ସିଏଲ୍ ଗ୍ରୁପ୍ ଏବଂ ଫକ୍ସକନ୍ ଜେଭିର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ ।
ଏହି ଅବସରରେ ଉତରପ୍ରଦେଶର ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ମାନ୍ୟବର ରେଳ, ସୂଚନା ଏବଂ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ । ସେମାନଙ୍କ ସହ ଏଚସିଏଲ ଗ୍ରୁପର ଚେୟାରପର୍ସନ ରୋଶନୀ ନାଦାର ମଲହୋତ୍ରା ଏବଂ ହୋନ ହାଇ ଟେକ୍ନୋଲୋଜି ଗ୍ରୁପ୍ (ଫକ୍ସକନ୍)ର ସେମିକଣ୍ଡକ୍ଟର ବିଜନେସ୍ ଗ୍ରୁପ୍ ସଭାପତି ବବ୍ ଚେନ୍ ଯୋଗ ଦେଇଥିଲେ ।
ଏଚସିଏଲ ଗ୍ରୁପର ଚେୟାରପର୍ସନ ରୋଶନି ନାଦର ମାଲହୋତ୍ରା କହିଛନ୍ତି, “ଏହି ଉତ୍ସବରେ ଯୋଗ ଦେବା ପାଇଁ ସମୟ ଦେଇଥିବାରୁ ଆମେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ । ଏହି ପ୍ରକଳ୍ପ ଏଚସିଏଲ ଗ୍ରୁପର ଅଭିବୃଦ୍ଧି କାହାଣୀରେ ଏକ ଗୁରୁତ୍ୱପୂର୍ଣ୍ଣ ନୂତନ ଅଧ୍ୟାୟ ସୃଷ୍ଟି କରିଛି ଏବଂ ଆମର ଦୃଢ ଇଞ୍ଜିନିୟରିଂ ପରମ୍ପରା ଉପରେ ଆଧାରିତ ଅଟେ, ଯାହା ଭାରତର ଟେକ୍ନୋଲୋଜି ଏବଂ ଉତ୍ପାଦନ ଇକୋସିଷ୍ଟମରେ ଦୀର୍ଘ ଦିନ ଧରି ଯୋଗଦାନ ଦେଇଆସୁଛି । ଭାରତ ସରକାର ଏବଂ ଉତରପ୍ରଦେଶ ସରକାରଙ୍କ ଅତୁଟ ସମର୍ଥନ ପାଇଁ ଆମେ ଗଭୀର କୃତଗଜ୍ଞ । ଉତରପ୍ରଦେଶ ପ୍ରତି ଆମର ପ୍ରତିବଦ୍ଧତାକୁ ଆହୁରି ଗଭୀର କରିବା ଏବଂ ରାଜ୍ୟର ଦ୍ରୁତ ବିକାଶଶୀଳ ଜ୍ଞାନକୌଶଳ ଏବଂ ଉତ୍ପାଦନ ଦୃଶ୍ୟପଟ୍ଟରେ ଅର୍ଥପୂର୍ଣ୍ଣ ଅବଦାନ ଦେଇ ଆମେ ଗର୍ବିତ । ଏହି ଅତ୍ୟାଧୁନିକ ପ୍ରକଳ୍ପକୁ ଯଥାଶୀଘ୍ର ଜୀବନ୍ତ କରିବା ଏବଂ ଭାରତର ଟେକ୍ନୋଲୋଜି କାହାଣୀକୁ ଆହୁରି ମଜବୁତ କରିବା ପାଇଁ ଆମେ ଫକ୍ସକନ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଅପେକ୍ଷା କରିଛୁ ।”