ପୁଟିନଙ୍କ ଭାରତ ଗସ୍ତ ରଚୁଛି ନୂଆ ଇତିହାସ , ପ୍ରତିଟି ମୁହୂର୍ତ ହେଉଛି ଯୁଗାନ୍ତକାରୀ , ପରଦେଶୀ ବନ୍ଧୁପାଇଁ ମୋଦୀ ଭାଙ୍ଗିଛନ୍ତି ନିୟମ , ଯାହା ଆଲୋଡନl ସୃଷ୍ଟି କରୁଛି ବିଶ୍ୱରେ l
ଗୁରୁବାର ୪ ଡିସେମ୍ବର , ସମୟ ସନ୍ଧ୍ୟା ୬ଟା ୪୫ ମିନିଟ , ଦିଲ୍ଲୀର ପାଲମ ଏୟାରପୋର୍ଟ ରେ ଅବତରଣ କରିଥିଲା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଙ୍କ ସ୍ୱତନ୍ତ୍ର ବିମାନ IL -96 , ଏହି ସମୟରେ ଭାରତର ଜଳ, ସ୍ଥଳ ଓ ଆକାଶ ବାହିନୀ ରହିଛନ୍ତି ହାଇ ଆଲର୍ଟ ରେ l
ପୁଟିନ ଙ୍କୁ ଏୟାରପୋର୍ଟ ରେ ଅଭିବାଦନ କରିବା ପାଇଁ ପହଂଚିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଯାହା ରୁଷ ରାଷ୍ଟ୍ରପତି ଙ୍କ ପାଇଁ ଥିଲା ଗୋଟିଏ ସରପ୍ରାଇଜ, କାହିଁକିନା ମୋଦି ଙ୍କ ଯିବାକୁ ନେଇ ରୁଷ ରାଷ୍ଟ୍ରପତି ଙ୍କ ଅଫିସ ନିକଟରେ ନଥିଲା କୌଣସି ଖବର l ୨ ରାଷ୍ଟ୍ରନାୟକ ପରସ୍ପରକୁ ଅଭିବାଦନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ପାଛୋଟି ନେଇଥିଲେ ବନ୍ଧୁ ପୁଟିନ ଙ୍କୁ ଧଳା ରଙ୍ଗର SUV ଟୋୟେଟା ଫର୍ଚୁନର ନିକଟକୁ l
ଯେଉଁଠି ମୋଦି ଭାଙ୍ଗିଥିଲେ ପ୍ରୋଟକଲ୍, ବିଶେଷ ଭାବରେ ଭିଭିଆଇପି ପ୍ରୋଟକଲ୍ ରେ ନେତାଙ୍କ ପାଇଁ କାର ର ଗୋଟିଏ ବିଶେଷ ଡୋର ଖୋଲା ଯାଇଥାଏ l ପୁଟିନ ସେହି ଅନୁସାରେ ବାମ ପାର୍ଶ୍ଵର ବସିବାକୁ ଯାଉଥିଲେ, ଏବଂ ସେହି ସମୟ ରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଅଟକାଇଥିଲେ ଓ ଗାଡି ର ଡାହାଣ ପାର୍ଶ୍ୱରେ ବସିବା ପାଇଁ ଆଗ୍ରହ କରିଥିଲେ, ଏହି ସମୟ ରେ ପୁଟିନ ଗୋଟିଏ ମୁହୂର୍ତ ପାଇଁ ପିଏମ ମୋଦି ଙ୍କୁ ଦେଖିଥିଲେ ଏବଂ ସ୍ମିତ ହାସ୍ୟ କରି ଗାଡିର ପଛପଟେ ବୁଲି ପଛ ସିଟର ଡାହାଣ ପାର୍ଶ୍ୱରେ ଯାଇ ବସିଥିଲେ l ଏବଂ ପ୍ରଧାନମନ୍ତ୍ରୀ ମୋଦି ପଛ ସିଟ ର ବାମ ପାର୍ଶ୍ୱରେ ବସିଲେ l
କିନ୍ତୁ ବିଶେଷ କଥାଟି ହେଲା ଡିପ୍ଲୋମାଟିକ ପ୍ରୋଟକଲ୍ ଅନୁସାରେ ଦୁନିଆରେ ଗୋଟିଏ ‘ଗୋଲଡେନ ରୁଲ ‘ ରହିଛି, ‘ ଗେଷ୍ଟ ଇଜ ଅଲୱେଜ ଅନ ଦି ରାଇଟ ‘ ଅର୍ଥାତ ଅତିଥି ସବୁବେଳେ ତୁମ ଡାହାଣ ପାର୍ଶ୍ୱରେ ରହିବା ଜରୁରୀ, ତାହା ଫଟୋ ଉଠାଇବା ସମୟ ହୋଇଥାଉ, କିମ୍ବା ପୋଡିୟମ ରେ ଝଣ୍ଡା ଉଡ଼ାଇବାର କଥା ହେଉ, କିମ୍ବା ଅନ୍ୟ କୌଣସି ବାହାନ ରେ ବସିବା ବ୍ୟବସ୍ଥା ହେଉ, ମୁଖ୍ୟ ଅତିଥି ସର୍ବଦା ରାଷ୍ଟ୍ର ମୁଖ୍ୟ ଙ୍କ ଡାହାଣ ପାର୍ଶ୍ୱରେ ରହି ଥାଆନ୍ତି l ଏହାକୁ ‘ ପ୍ଲେସ ଅଫ ଅନର ‘ କୁହାଯାଇଥାଏ l
ଯେତେବେଳେ SUV ଟି ଆଗକୁ ଗଡି ଚାଲିଥିଲା ପ୍ରଧାନମନ୍ତ୍ରୀ ଙ୍କ ନିବାସ ଆଡକୁ ସେହି ସମୟ ରେ ଡାହାଣ ପାର୍ଶ୍ୱରେ ବସିଥିବା ବ୍ୟକ୍ତି ହିଁ ହୋଇଥିଲେ ସେଣ୍ଟର ଅଫ ଆଟ୍ରାକ୍ସନ , ପ୍ରଧାନମନ୍ତ୍ରୀ ଗୋଟିଏ ବନ୍ଧୁର ମର୍ଯ୍ୟାଦା କୁ ରଖି ପୁଟିନ ଙ୍କୁ ଉପଯୁକ୍ତ ସମ୍ମାନ ଦେଇଥିଲେ l
ଏହି ସିଟ ପୁଟିନ ଙ୍କୁ ଅଫର କରିବାକୁ ନେଇ କେବଳ ଶିଷ୍ଟାଚାର ନୁହେଁ,ବରଂ ଆଉ କିଛି ଦର୍ଶାଇଛି, ପ୍ରଧାନମନ୍ତ୍ରୀ ଆବାସ ରେ ଗାଡି ଟି ଅଟକିବା ପରେ ଡାହାଣ ପାର୍ଶ୍ୱରେ ରେଡ କାର୍ପେଟ ରେ ପୁଟିନ ଙ୍କୁ ସ୍ୱାଗତ କରାଯାଇଥିଲା l ଭାରତରେ ଗାଡି ର ଡାହାଣ ସିଟ ବେଶ ଗୁରୁତ୍ୱପୂର୍ଣ, ଏହି ସିଟ କୁ ‘ବସ ଙ୍କ ସିଟ ‘ ବୋଲି କୁହାଯାଏ , ପ୍ରଧାନମନ୍ତ୍ରୀ ମୋଦି , ରୁଷ ରାଷ୍ଟ୍ରପତି ଙ୍କୁ ଏହି ସିଟ ଅଫର କରି ସୂଚେଇ ଦେଇଛନ୍ତି ଯେ ‘ ମୋ ବନ୍ଧୁ ହିଁ ଭାରତ-ରୁଷ ସମିଟ କୁ ଲିଡ଼ କରୁଛନ୍ତି ଓ ମୁଁ ତାଙ୍କ ସହିତ ରହିଛି ‘ l