ଆଧୁନିକ ସଭ୍ୟତାର ସବୁଠୁ ଆଧୁନିକ ଖାଦ୍ୟ ହେଉଛି ପିଜା ଓ ବର୍ଗର ବୋଲି ଏହା ଆମେ ସମସ୍ତେ ଖୁବ ଭଲରେ ଜାଣିଛୁ l ଏହି ୨ଟି ଖାଦ୍ୟ ର ଚାହିଦା ମଧ୍ୟ ଖୁବ ଅଧିକ ବଜାରରେ ଦେଖିବାକୁ ମିଳୁଛି l ତେଣୁ ଯେତେବେଳେ ଆମର ଇଛା ହୋଇଥାଏ ଆମେ ଜମାଟୋ ଓ ସ୍ବୀଗି ଜରିଆରେ ଅନଲାଇନ ରେ ଅର୍ଡର ଦେଇ ଘରକୁ ମଗାଇ ଖାଇଥାଉ l କିନ୍ତୁ ଆଗକୁ ଏଭଳି ଅର୍ଡର ଦେବା ପୂର୍ବରୁ ନିଜ ଶରୀର କଥା ପ୍ରଥମେ ଚିନ୍ତା କରିବେ l କାହିଁକି ନ ଏହିସବୁ ଖାଦ୍ୟ ଦ୍ୱାରା ହେଉଥିବା ଗମ୍ଭୀର ରୋଗ ବିଷୟରେ ଚିନ୍ତା କରିବେ l
ଗବେଷଣାରୁ ଜଣା ପଡିଛି ଯେ ଅଲଟ୍ରା ପ୍ରୋସେସ ଫୁଡ ସେବନ କରିବା ଦ୍ୱାରା କ୍ୟାନ୍ସର ବିପଦ ବଢି ଯାଇଥାଏ l
କଣ କହୁଛି ଗବେଷଣା –
ବ୍ରାଜିଲ ରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ ଅଲଟ୍ରା ପ୍ରୋସେସ ଫୁଡ ଆଜିକାଲି ଖୁବ ଅଧିକ ସେବନ କରାଯାଉଛି l କେବଳ ଲୋକେ ନିଜର ସୁବିଧା ଓ ସ୍ୱାଦ ପାଇଁ ଏହି ଖାଦ୍ୟକୁ ସେବନ କରୁଛନ୍ତି , କିନ୍ତୁ ଏଭଳି ଖାଦ୍ୟର କୌଣସି ଆବଶ୍ୟକତା ଶରୀର ପାଇଁ ରହିନଥାଏ l ଏଭଳି ଖାଦ୍ୟରେ ଅନେକ ମାତ୍ରାରେ ଫ୍ୟାଟ , ସୁଗାର କଣ୍ଟେଟ ଓ ଲୁଣ ରହିଥାଏ l ଏହାଛଡା ଏଥିରେ ପୋଷାକ ତତ୍ୱ ଓ ଫାଇବର ଶୂନ୍ୟ ଖାଦ୍ୟ ଅଟେ l ରିସର୍ଚ୍ଚ ରୁ ଜଣା ପଡିଛି ଯେ ଏହିସବୁ ଖାଦ୍ୟ ପଦାର୍ଥ ମଇଦା ରେ ପ୍ରସ୍ତୁତ ହୋଇଥାଏ l ଏହିସବୁ ଖାଦ୍ୟକୁ ସେବନ କରୁଥିବା ୨୯ ପ୍ରତିଶତ ପୁରୁଷ ଙ୍କ ମଧ୍ୟରେ କ୍ୟାନ୍ସର ସମସ୍ୟା ଦେଖାଯାଇ ଥାଏ l ଏହାଛଡା ଏଭଳି ଖାଦ୍ୟ ଗ୍ରହଣ କରୁଥିବା ମହିଳାଙ୍କ ମଧ୍ୟରେ ୧୭ ପ୍ରତିଶତ ଅନ୍ତ କ୍ୟାନ୍ସର ସମସ୍ୟା ବଢ଼ିଯାଇ ଥାଏ l
ଅଲଟ୍ରା ପ୍ରୋସେସ ଫୁଡ କଣ ? –
ଆମ ମାନଙ୍କ ମଧ୍ୟରୁ ଅନେକ ଲୋକେ ଜାଣି ନଥିବେ ଯେ ଅଲଟ୍ରା ପ୍ରୋସେସ ଫୁଡ କଣ ? ଅଲଟ୍ରା ପ୍ରୋସେସ ଫୁଡ ରେ କେମିକାଲ, ପ୍ରିଜର୍ରଭ ଭେଟିବ , ସ୍ବୀଟନର ଓ ଅତ୍ୟଧିକ ଲୁଣର ବ୍ୟବହାର ହୋଇଥାଏ l ଏଥିରେ ସାଧାରଣ ଭାବରେ ଇଂସ୍ଟଣ୍ଟ ନୁଡୁଲଶ୍ , ରେଡି ଟୁ ଇଟ ସୁପ ଓ ଅନ୍ୟ ଖାଦ୍ୟ ସାମଗ୍ରୀ , ଚିପ୍ସ, କୋଲ୍ଡ ଡ୍ରିଂକ୍ସ , ପିଜା, ପାସ୍ତା, ବର୍ଗର ଇତ୍ୟାଦି ସାମିଲ ରହିଛି l ଏଥିରେ ଅଧିକ କ୍ୟାଲୋରୀ ରହିବା ସହିତ ଓଜନ ବୃଦ୍ଧି ର ମଧ୍ୟ କାରଣ ଅଟେ l ଏହି ଗବେଷଣା ରେ ୨୩ ହଜାର ଲୋକଙ୍କୁ ସାମିଲ କରାଯାଇ ଥିଲା l ଯେଉଁଠି ଦେଖିବାକୁ ମିଳିଥିଲା ଅଲଟ୍ରା ପ୍ରୋସେସ ଫୁଡ ଦ୍ୱାରା ଡେଥ ରେଟ ଅଧିକ ବୃଦ୍ଧି ପାଉଛି l