ପୁର୍ବଜ ଙ୍କୁ ଶ୍ରାଧ ଦେବାକୁ ଆମ ହିନ୍ଦୁ ଧର୍ମ ମାନ୍ୟତା ଅନୁସାରେ ପିତୃ ପକ୍ଷ ଶ୍ରାଦ୍ଧ ବୋଲି କୁହାଯାଏ । ଏହା ଚଳିତ ମାସ ୨୦ ତାରିଖ ରୁ ଆରମ୍ଭ ହେଉଛି । ପିତୃ ପକ୍ଷ ର ଆରମ୍ଭ ହୋଇଥାଏ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ଆରମ୍ଭ ହୋଇଥାଏ ଓ ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ସମାପନ ହୋଇଥାଏ । ତେଣୁ ଏହା ସେପ୍ଟେମ୍ବର ୨୦ ତାରିଖ ରେ ଆରମ୍ଭ ହୋଇ ଅକ୍ଟୋବର ୬ ତାରିଖରେ ସମାପ୍ତ ହେବ ।
ଏହିସବୁ କାର୍ଯ୍ୟକୁ କରିବା ଉଚିତ୍ –
–
* ପିତୃ ପକ୍ଷ ରେ ଶାସ୍ତ୍ରରେ ଏହି ନିୟମ ଅନୁସାରେ ବ୍ରାହ୍ମଣ ଙ୍କୁ ଭୋଜନ କରାଇବା ଉଚିତ୍ , ତା ସହିତ ଗାଈ ଓ କୁକୁର ଙ୍କୁ ଭୋଜନ କରାଇବା ଉଚିତ୍ ।
* ପିତୃ ପକ୍ଷରେ ଭୋଜନ ପ୍ରସ୍ତୁତ କରିବା ସମୟରେ ଲୁହା ବାସନ ର ପ୍ରୟୋଗ କରିବା ଉଚିତ୍ ନୁହେଁ । ଯଦି ଆପଣ ଲୁହା ବାସନ ରେ ଖାଦ୍ୟ ପ୍ରସ୍ତୁତ କରିବା ଦ୍ଵାରା ନିଜ ମଧ୍ୟରେ ଶତ୍ରୁତା ବଢ଼ିଥାଏ ।
* ପିତୃ ପକ୍ଷରେ ଶରୀରରେ ତେଲ ମାଲିଶ୍ କରିବା ଉଚିତ୍ ନୁହେଁ । ତା ସହିତ ଶ୍ରାଦ୍ଧ ଦିନ ଶ୍ରାଦ୍ଧ ନ ପଡ଼ିବା ପୂର୍ବରୁ ପାନ ଖାଇବା ଉଚିତ୍ ନୁହେଁ ।
* ପିତୃ ପକ୍ଷରେ କାହାକୁ ଅନାଦର କରିବା ଉଚିତ୍ ନୁହେଁ । ପିତୃ ପକ୍ଷରେ କେହିବି ଆପଣଙ୍କୁ ଦ୍ଵାର ମୁହଁ ରୁ ଖାଲି ହାତରେ ଫେରିବା ଉଚିତ୍ ନୁହେଁ । ଜୀବଜନ୍ତୁ ମଧ୍ୟ ମାନେ ମଧ୍ୟ ଖାଲି ପେଟରେ ଫେରିବା ଉଚିତ୍ ନୁହେଁ ।
Comments are closed.