Odisha news

ପିପିଲି ଉପ ନିର୍ବାଚନ ପୋଷ୍ଟାଲ ବ୍ୟାଲଟ୍ ଗାଡ଼ିର ଶୁଭାରମ୍ଭ : ଗ୍ରହଣ କରାଯିବ ୮୦ ବର୍ଷରୁ ଊଦ୍ଧ୍ୱର୍ ଓ ଦିବ୍ୟାଙ୍ଗମାନଙ୍କ ଭୋଟ୍

ପୁରୀ :ନିର୍ବାଚନ କମିଶନଙ୍କ ନିଦେ୍ର୍ଦଶ ଅନୁଯାୟୀ ପିପିଲି ବିଧାନସଭା ଉପ ନିର୍ବାଚନ ନିମନ୍ତେ ୮୦ ବର୍ଷରୁ ଊଦ୍ଧ୍ୱର୍ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟ୍ର ମାନଙ୍କ ପାଇଁ ପୋଷ୍ଟାଲ ବ୍ୟାଲଟ୍ର ବ୍ୟବସ୍ଥା କରାଯାଇଛି । ପୋଷ୍ଟାଲ ବ୍ୟାଲଟ୍ରେ ମତଦାନ ସଂଗ୍ରହ ଲାଗି ପ୍ରତ୍ୟେକ ଟିମ୍ରେ ଦୁଇଜଣ ପୋଲିଂ ଅଧିକାରୀ, ମାଇକ୍ରୋ ଅବଜରଭର,ପୁଲିସ ଓ ଭିଡ଼ିଓ ଗ୍ରାଫରଙ୍କୁ ମିଶାଇ ୫ଜଣଙ୍କୁ ସାମିଲ କରାଯାଇଛି । ଏଥିଲାଗି ୭ଟି ଗାଡ଼ିର ବ୍ୟବସ୍ଥା ହୋଇଛି । ପୋଲିଂ ଅଧିକାରୀମାନେ ୮୦ ବର୍ଷରୁ ଊଦ୍ଧ୍ୱର୍ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟରମାନଙ୍କ ଘରକୁ ଯାଇ ସେମାନଙ୍କ ମତଦାନ ଗ୍ରହଣ କରିବେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲା୍ଲପାଳ ସମର୍ଥ ବର୍ମା ପତାକା ଦେଖାଇ ପୋଷ୍ଟାଲ ବ୍ୟାଲଟ୍ ଗାଡ଼ିର ଶୁଭାରମ୍ଭ କରିଛନ୍ତି । ଶୁଭାରମ୍ଭ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ତହସିଲଦାର ରବିନ୍ଦ୍ର କୁମାର ପ୍ରଧାନ, ଡ଼େପୁଟି କଲେକ୍ଟର ସୁମନ୍ତ କର,ଜିତେନ୍ଦ୍ର ପାତ୍ର ଓ ପୁଲିଂ ଅଧିକାରୀମାନେ ଉପସ୍ଥିତଥିଲେ । ଆଜି ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ପୋଷ୍ଟାଲ ବ୍ୟାଲଟ୍ରେ ମତଦାନ ସଂଗ୍ରହ କରାଯିବ । ଡ଼େଲାଙ୍ଗ ବ୍ଲକରେ ୭୧୨ ଓ ପିପିଲି ବ୍ଲକର ୩୬୫ଜଣଙ୍କୁ ମିଶାଇ ମୋଟ୍ ୧୦୭୭ଜଣ ପୋଷ୍ଟାଲ ବ୍ୟାଲଟ୍ରେ ମତଦାନ କରିବେ । ଡ଼େଲାଙ୍ଗ ବ୍ଲକରେ ୮୦ ବର୍ଷରୁ ଊଦ୍ଧ୍ୱର୍ ୬୧୪ଜଣ ବରିଷ୍ଠ ନାଗରିକ ଓ ୯୮ ଜଣ ଦିବ୍ୟାଙ୍ଗ ଭୋଟର ଅଛନ୍ତି । ସେହିପରି ପିପିଲି ବ୍ଲକରେ ୮୦ ବର୍ଷରୁ ଊଦ୍ଧ୍ୱର୍ ୨୯୫ ଜଣ ବରିଷ୍ଠ ନାଗରିକ ଓ ୭୦ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ତେବେ ପୂର୍ବରୁ ଗତ ମେ ୩ ତାରିଖରେ ପୋଷ୍ଟାଲ ବ୍ୟାଲଟ୍ ମାଧ୍ୟମରେ ପିପିଲିର ୬୩ ଓ ଡ଼େଲାଙ୍ଗର ୭୫ଜଣଙ୍କୁ ମିଶାଇ ମୋଟ୍ ୧୩୮ ଜଣଙ୍କ ଠାରୁ ମତଦାନ ଗ୍ରହଣ କରାଯାଇଛି ।

Ad2

Comments are closed.