Odisha news

ପିପିଲି ଉପନିର୍ବାଚନ : ବିଜେପି ଛାଡି କଂଗ୍ରେସରେ ସାମିଲ ହେଲେ ୫ପରିବାର

ପିପିଲି-ପିପିଲି ଉପନିର୍ବାଚନ ପାଇଁ ସେପ୍ଟେମ୍ବର ୩୦ତାରିଖ ଘୋଷଣା ସରିବା ପରେ ସବୁ ରାଜନୈତିକ ଦଳ ମଧ୍ୟରେ ଉଷ୍ମତା ଦେଖା ଦେଇଛି । ମାତ୍ର କୋଭିଡ୍ କଟକଣା ନିୟମ ଅନୁ ପାଳନ ପୁର୍ବକ ନିର୍ବାଚନ ପ୍ରଚାର ପାଇଁ କମଦିନ ସମୟସୀମା ଧାର୍ଯ୍ୟ କରାଯାଇଥିବା ବେଳେ ସବୁ ଦଳ ପକ୍ଷରୁ ୨୦ ତାରିଖଠାରୁ ପ୍ରଚାର ମୈଦାନକୁ ଏକ ପ୍ରକାର ଓହ୍ଲାଇବା ସୁନିଶ୍ଚିତ ହୋଇଛି । ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ଦଳ ବିଧାୟକ ପ୍ରାର୍ଥି ଅଜିତ ମଙ୍ଗରାଜଙ୍କ କୋଭିଡ୍ ରେ ଅକାଳ ବିୟୋଗ ପରେ ଏହି ଆସନରେ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଙ୍କୁ ଦଳ ଏଠି ପ୍ରାର୍ଥô କରିଛି । ଉପନିର୍ବାଚନ ପାଇଁ ପିପିଲି ଠାରେ କଂଗ୍ରେସ ଦଳ ପକ୍ଷରୁ ଏକ ପ୍ରସ୍ତୁତୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ପିପିଲି ଏନଏସି କଂଗ୍ରେସ ସଭାପତି ସେକ୍ ମେହବୁବ ଙ୍କ ନେତୃତ୍ୱରେ ୫ଜଣ ବିଜେପି କର୍ମି କଂଗ୍ରେସ ଦଳରେ ବିଧିବଧଭାବେ ସାମିଲ ହୋଇଥିବା ଏନ୍ଏସ ସଭାପତି ଶ୍ରୀ ମେହବୁବ ଜଣାଇଛନ୍ତି ।

ପୁରୀ ଜିଲ୍ଲ୍ା କଂଗ୍ରେସ ଦଳର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ତଥା ପୁର୍ବତନ ବିଧାୟକ ଉମାବଲ୍ଲଭ ରଥ କଂଗ୍ରେସ ଦଳରେ ସାମିଲି ହୋଇଥିବା ପିପିଲି ଏନଏସି ଅର୍ନ୍ତଗତ ୯ନମ୍ବର ଔର୍ଡର ଦୁର୍ଯେ୍ୟାଧନ ବେହେରା,ବୃନ୍ଦାବନ ଦାସ,ଗଣେଶ ବେହେରା ଓ ଲକ୍ଷ୍ମଣ ବେହେରା ଙ୍କୁ ଫୁଲମାଳ ଦେଇ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥି ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର,କଂଗ୍ରେସ ମୁଖପାତ୍ର ତଥା ଆଇନଜୀବି ନିଶିକାନ୍ତ ମିଶ୍ର, ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ନିରୁପମା ପାତ୍ର,ପିପିଲି ବ୍ଲକ କଂଗ୍ରେସ ସଭାପତି ଜିତୁ ପ୍ରକାଶ ପରିଡା ,ଡେଲାଙ୍ଗ ବ୍ଲକ କଂଗ୍ରେସ ସଭାପତି ରବି ଦାସ ,ବରିଷ୍ଠ କଂଗ୍ରେସ ନେତା ଗୁଣନିଧି ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଦଳରେ ସାମିଲ ହୋଇଥିବା ବିଜେପି କର୍ମିଙ୍କୁ ସ୍ୱାଗତ କରିଥିଲେ ।

 

Comments are closed.