ନିଜ କ୍ୟାମେରା ଲେନ୍ସ ରେ ଯୁବ ଫଟୋ ଗ୍ରାଫର ମଧୁସୂଦନ ଦାଶ ତୋଳି ଧରିଲେ ସୂର୍ଯ୍ୟ ମନ୍ଦିର ଚୂଡ଼ା ରେ ଆବିର୍ଭାବ ସୂର୍ଯ୍ୟ ନାରାୟଣ ଙ୍କ ଏକ ସୁନ୍ଦର ଫଟୋଚିତ୍ର
କୋଣାର୍କ: ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର, ପ୍ରଭୁ ସୂର୍ଯ୍ୟ ନାରାୟଣ ଙ୍କ ପୂଜା ପାଇଁ ନିର୍ମାଣ କରାଯାଇଥିଲା।କୁହାଯାଏ ସୂର୍ଯ୍ୟ ନାରାୟଣ ପୂର୍ବାକାଶରେ ଯେତେବେଳେ ଉଦୟ ହୁଅନ୍ତି ସେତେବେଳେ ତାଙ୍କ ପ୍ରଥମ କିରଣ ଏହି ମନ୍ଦିର ରେ ପଡେ।ସେଥିପାଇଁ ପ୍ରତିଦିନ ଏହି ଦୁର୍ଲଭ ମୁହୂର୍ତ୍ତର ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ସୂର୍ଯ୍ୟ ମନ୍ଦିର ରେ ପରିଲକ୍ଷିତ ହୁଏ।ମାତ୍ର ଖୁବ କମ ଲୋକେ ସୌଭାଗ୍ୟ ବଶତଃ ଏହି ମୁହୂର୍ତ୍ତର ଲାଭ ଉଠାଇ ପାରନ୍ତି।ଭଗବାନ ସୂର୍ଯ୍ୟ ଓ ସୂର୍ଯ୍ୟ ମନ୍ଦିର ର ଦର୍ଶନ ଏକାଠି ସୌଭାଗ୍ୟ ବଶତଃ ମିଳେ। ସହଜେ ଏହି ଦୁର୍ଲଭ ସମୟ ର ଲାଭ ଲୋକେ ନେଇ ପାରନ୍ତି ନାହିଁ। ମାତ୍ର କୋଣାର୍କ ଅଞ୍ଚଳ ର ଜଣେ ଯୁବ ଫଟୋ ଗ୍ରାଫର ମଧୁସୂଦନ ଦାଶ ନିଜ ଫଟୋଗ୍ରାଫି ରେ ଏକ ଆଶ୍ଚର୍ଯ୍ୟ ଚକିତ ଫଟୋ ଏହି ସୂର୍ଯ୍ୟ ମନ୍ଦିର ରୁ ଉତ୍ତୋଳନ କରିଛନ୍ତି।
ଯେଉଁ ଫଟୋ ଚିତ୍ର ରେ ସାକ୍ଷାତ ସୂର୍ଯ୍ୟ ନାରାୟଣ ଙ୍କ ମିଳନ ସୂର୍ଯ୍ୟ ମନ୍ଦିର ସହ ଏକ ବିଶେଷ ମୁହୂର୍ତ୍ତରେ ହୋଇଛି।ଫଟୋ ଚିତ୍ର ଟିରେ ସୂର୍ଯ୍ୟ ନାରାୟଣ ସୂର୍ଯ୍ୟ ମନ୍ଦିର ର ଚୂଡ଼ା ଉପରେ ଦର୍ଶନ ଦେଇଥିବା ଦେଖିବାକୁ ମିଳିଛି। ଏହି ଫଟୋ ଟି ଆଜକୁ ଦୀର୍ଘ ୮ ବର୍ଷ ପୂର୍ବେ ୨୦୧୩ ମସିହାରେ ଉଠାଯାଇଥିବା ବେଳେ ସୂର୍ଯ୍ୟ ମନ୍ଦିର ଭିତରେ ଫଟୋଗ୍ରାଫି କରୁଥିବା ବେଳେ ଏହି ଦୁର୍ଲଭ ଫଟୋ ଟିକୁ ନିଜ କ୍ୟାମେରା ଲେନ୍ସ ରେ ଉତ୍ତୋଳନ କରିବାକୁ ସଫଳ ହୋଇଥିଲେ ଯୁବ ଫଟୋଗ୍ରାଫର ମଧୁସୂଦନ ଦାଶ।ନାବାର୍ଡ ପକ୍ଷରୁ ଆୟୋଜିତ ଭୁବନେଶ୍ୱର ର ଏକ ଖ୍ୟାତିନାମ ଇନଷ୍ଟିଚ୍ୟୁଟ ଆରୟୁଡ଼ିଏସଇଟି ରେ ୧୪/୦୩/୨୦୧୩ ରୁ ୨୩/୦୩/୨୦୧୩ ପର୍ଯ୍ୟନ୍ତ ୯ ଦିନ ଟ୍ରେନିଂ ନେବା ପରେ ସେ ଫଟୋଗ୍ରାଫି କୁ ନିଜ ପେଷା ଭାବରେ ଗ୍ରହଣ କରିଥିଲେ।ତେବେ ସେଠାରୁ ଟ୍ରେନିଂ ନେଇ ଆସିବା ପରେ ଏହା ତାଙ୍କର ପ୍ରଥମ ଫଟୋ ଥିବା ସେ ପ୍ରକାଶ କରିଛନ୍ତି।୨୭/୦୩/୨୦୧୩ ରେ ଅପରାହ୍ନ ସମୟରେ ସେ ୯.୯ ଆପ୍ରେଚର,୧୦୦ ଆଇଏସଓ,ସଟର ସ୍ପୀଡ଼ ୧/୩୨୦,୧୮.୮ ଫୋକାଲ ଲେନ୍ଥ ରେ ଏହି ଫଟୋଚିତ୍ର କୁ ସେ ଉତ୍ତୋଳନ କରିଥିଲେ।

Comments are closed.