ପିପିଲି : . ବୁଧବାର ସନ୍ଧ୍ୟାରେ ପିପିଲି ବ୍ଲକ ଭି ଏସ୍, ପଶୁସମ୍ପଦ ଅଧିକାରୀ ସୁରେଶ ଚନ୍ଦ୍ର ବେହେରା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ୍ ହୋଇଛନ୍ତି। ଜଣା ଯାଏ ଶ୍ରି ବେହେରା ଜନୈକ କୁକୁଡା ଚାଷୀ ପ୍ରତାପ କୁମାର ଖଟେଇ ଙ୍କ ଠାରୁ ଫନୀ ସହାୟତା ରାଶି 70 ହଜାର ଟଙ୍କା ରିଲିଜ୍ କରିବା ପାଇଁ 2500 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭିଜିଲାନ୍ସ 2500 ଟଙ୍କା ଜବତ କରିବା ସହିତ ବେହେରାଙ୍କ ଦକ୍ଷୀଣ ହାତ ଧୋଇ ଥିଲେ। ଭିଜିଲାନ୍ସ ବେହେରାଙ୍କୁ ଗିରଫ୍ କରି ଭୁବନେଶ୍ଵର ନେଇଛନ୍ତି ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ଜାଣିବାକୁ ମିଳିଛି