Odisha news

ଡାଲମିଆ କଂପାନୀ ପକ୍ଷରୁ ବରିଷ୍ଠ ରାଜମିସ୍ତ୍ରୀଙ୍କୁ ସଂବର୍ଦ୍ଧନା

0

ପିପିଲି :ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ପିପିଲି ଅଞ୍ଚଳର ବରିଷ୍ଠ ରାଜମିସ୍ତ୍ରୀ ସାଗର ମାଝୀଙ୍କୁ ଡାଲମିଆ ସିମେଣ୍ଟ ଭାରତ ଲିଃ କମ୍ପାନୀ ପକ୍ଷରୁ ସଂବର୍ଦ୍ଧିତ କରାଯାଇଛି  । ଡାଲମିଆ କମ୍ପାନୀର ଯନ୍ତ୍ରୀ ସୌମ୍ୟରଞ୍ଜନ ଦାଶ, ସୌମ୍ୟରଞ୍ଜନ ନାୟକ, ରାଜେଶ ବିଶ୍ୱାଳ ଓ ସେଲ୍ସ ଅଫିସର ଅମରେନ୍ଦ୍ର ପ୍ରସାଦ ସାହୁ ପ୍ରମୁଖ ପୋପରଙ୍ଗା ଗ୍ରାମକୁ ଯାଇ ଶ୍ରୀମାଝୀଙ୍କୁ ତାଙ୍କ ବାସଭବନରେ କଂପାନୀ ପକ୍ଷରୁ ସଂବର୍ଦ୍ଧିତା କରିଥିଲେ  । ଏହି ଅବସରରେ ଶ୍ରୀମାଝୀ ନିଜର ୪୨ ବର୍ଷର ସଂଘର୍ଷମୟ ଜୀବନ ଓ ସଫଳତା ସଂପର୍କରେ ପ୍ରକାଶ କରିଥିଲେ  ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିପିଲି ସିଦେ୍ଧଶ୍ୱର ଦେବ ରାଜମିସ୍ତ୍ରୀ ସଂଘର ଉପଦେଷ୍ଠା ଶଶାଙ୍କ ଶେଖର ମହାନ୍ତି, ପ୍ରଦୁ୍ୟମ୍ନ କୁମାର ସୁବୁଦ୍ଧି, ସଭାପତି ମହେନ୍ଦ୍ର କୁମାର ମାଝୀ, ସଂପାଦକ ବିନୋଦ ବେହେରା, କୋଷାଧ୍ୟକ୍ଷ ପର୍ଶୁରାମ ସେଠୀ, ବରିଷ୍ଠ ସଦସ୍ୟ ସତ୍ୟଶିବ ଉଦଣ୍ଡରାୟ, ଧିରେନ୍ଦ୍ର ସ୍ୱାଇଁ, ବଟକୃଷ୍ଣ ସ୍ୱାଇଁ, ତ୍ରିନାଥ ମାଝୀ, ରମେଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ

Leave A Reply