Odisha news

ପିପିଲିରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶତ ପତିଶତ ସଫଳତା

0

ପିପିଲି : ବୁଧବାର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି ।  ଏଥିରେ ସ୍ଥାନୀୟ ଅଂଚଳର ସ୍କୁଲଗୁଡିକ ମଧ୍ୟରୁ ପିପିଲିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଫଳତା ହାର ଶତ ପ୍ରତିଶତ ରହିଛି । ଏଠାରେ ଏ-୧ ଗ୍ରେଡରେ୧୦ଜଣ, ଏ-୨ ରେ ୩୪, ବି-୧ରେ ୨୬, ବି-୨ରେ ୪୨, ସି ରେ ୨୦ ଓ  ଡି ଗ୍ରେଡ ରେ ୬ଜଣ ଉତୀର୍ଣ୍ଣ ହୋଇଛନ୍ତି । ଏହି ବିଦ୍ୟାଳୟର ଶିବଦତ ସାହୁ ୫୭୦ ନମ୍ବର ରଖି ସ୍କୁଲ ଟପ୍ପର ହୋଇଛନ୍ତି । ପିପିଲିବ୍ଲକର ମଧୁପୁରସ୍ଥିତ ଦକ୍ଷିଣେଶ୍ୱରୀ ପ୍ରଦୀପ ମହାରଥି ହାଇସ୍କୁଲ ଶତ ପ୍ରତିଶତ ସଫଳତା ପାଇବାରୁ ଅଳ୍ପକେ ଖସିଯାଇଛି । ଏଠାରେ ୩୭ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୬ଜଣ କୃତକାର୍ଯ୍ୟ ହୋଇଛନ୍ତି ।

ଗୋବିନ୍ଦପୁର ହାଇସ୍କୁଲର ସଫଳତା ହାର ୮୨ ପ୍ରତିଶତ ପାଇଥିବାବେଳେ କଣେ ଛାତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ୫୪୨ ନମ୍ବର ରଖି ଏ-୧ ଗ୍ରେଡ ପାଇ ସ୍କୁଲ ଟପ୍ପର ହୋଇଛନ୍ତି । ସେହିପରି ନହଳାପଡା ହାଇସ୍କୁଲରେ ସଫଳତା ହାର ୯୮ ପ୍ରତିଶତ ରହିଛି । ଏଠାରୁ ମଧ୍ୟ ଜଣେ ଏ-୧ ଗ୍ରେଡ ପାଇଛନ୍ତି ।  ପିପିଲି ପୌରାଂଚଳର ଜବାହର ବିଦ୍ୟାପୀଠରେ ୧୦୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୦ଜଣ ଉତୀର୍ଣ୍ଣ ହୋଇ ୯୩ପ୍ରତିଶତ ସଫଳତା ହାର ରହିଥିବା ବେଳେ  ଏ-୧ ଗ୍ରେଡରେ ସେକ ସାହିଦ ରାଜା ପାସ କରି ସ୍କୁଲ ଟପ୍ପର ହୋଇଛନ୍ତି ।  ପୌରାଂଚଳର ଅନ୍ୟତମ ସ୍କୁଲ ପିପିଲି ହାଇସ୍କୁଲରେ ସଫଳତା ହାର ୯୪ ପ୍ରତିଶତ ରହିଛି ।  ଦାଣ୍ଡମୁକୁନ୍ଦପୁରସ୍ଥିତ ଜିଏମ ହାଇସ୍କୁଲରେ ୧୫୮ଜଣ ପରକ୍ଷାର୍ଥୀଙ୍କ ମଧ୍ୟରୁ ୧୪୮ ଜଣ ଉତୀର୍ଣ୍ଣ ହୋଇ ସଫଳତା ହାର ୯୪ପ୍ରତିଶତ ରହିଛି ।   ଲକ୍ଷ୍ମୀନାରାୟଣପୁରର ସ୍ୱପ୍ନେଶ୍ୱର ଦେବ ବିଦ୍ୟାପୀଠର କୃତକାର୍ଯ୍ୟ ହାର ୮୬ପ୍ରତିଶତ, ଶିଉଳା ହାଇସ୍କୁଲରେ ୮୬ ପ୍ରତିଶତ, ପୁବାଶାସନ ଗ୍ରାମ ପଂଚାୟତ ହାଇସ୍କୁଲରେ ୯୬ପ୍ରତିଶତ, ସାତଶଙ୍ଖସ୍ଥିତ ଉତରାୟଣୀ ବିଦ୍ୟାପୀଠରେ ୯୨ ପ୍ରତିଶତ ସଫଳତା ରହିଛି ।

 

Leave A Reply