Odisha news

ଟିପର ଧକ୍କା ରେ ବାଇକ ଆରୋହୀ ମୃତ

0

ପିପିଲି :  ମଙ୍ଗଳବାର ସକାଳ ନଅ ଟା ସମୟରେ ପିପିଲି ତରା କାଜ ବାଇପାସ ଓଭର ବ୍ରିଜ ଉପରେ ଏକ ଟିପର ଏବଂ ବାଇକ ମଧ୍ୟରେ ମୁଁହା ମୁଁହି ଧକ୍କା ହେବାରୁ ବାଇକ ଆରୋହୀ ଙ୍କର ମୃତ୍ୟୁ ହୋଇଅଛି. ଘଟଣା ସ୍ଥଳରୁ ଜଣାଯାଏ କାକଟପୁର ଥାନା ନଇଗୁଆଁ ଗ୍ରାମର ବିକାଶ କୁମାର ଲେଙ୍କା (26)ହିରୋ ଗ୍ଲାମର ବାଇକ ଚଳାଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଉକ୍ତ ବ୍ରିଜ ଉପରେ ଅପର ପାର୍ଶରୁ ନିମାପଡା ଅଭିମୁଖେ ଯାଉଥିବା ଏକ ବୋଲଡର ବୋଝଇ ଟିପର ସହିତ ଧକ୍କା ହୋଇଥିଲା.ଫଳରେ ଟିପର ବିକାଶ ଙ୍କ ଉପରେ ମାଡିଯାଇ ଥିଲା. ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ହାଈୱେ ପେଟ୍ରୋଲିଙ୍ଗ ଆମ୍ବୁଲାନ୍ସ  ଗୁରୁତର ଯୁବକଙ୍କୁ ତୁରନ୍ତ ଭୁବନେଶ୍ୱର ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ ମାତ୍ର ସେଠାରେ ଉକ୍ତ ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ. ପିପିଲି ପୋଲିସ ଘଟଣା ସ୍ଥଳରୁ ଗାଡି ଦୁଇଟି କୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି.

Leave A Reply