Odisha news

ପିପିଲି ପୌର ପରିଷଦ ଅଞ୍ଚଳରେ ବିଜେଡି ର ଜନ ସମ୍ପର୍କ ଯାତ୍ରା।

0

ପିପିଲି : ଗୁରୁବାର ପୂର୍ବାହ୍ନ ଏଗାର ଟା ବେଳେ ପିପିଲି ପୌରାଞ୍ଚଳ ବିଜୁ ଜନତା ଦଳ ପକ୍ଷରୁ ଏକ ଜନସଂପର୍କ ଯାତ୍ରା ଅନୁଷ୍ଠିତ ହୋଇ ଥିଲା। ଏହି ଜନସଂପର୍କ ଯାତ୍ରା ପିପିଲି ବିଜେଡ଼ି  କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ପୁରା ବଜାର ପରିକ୍ରମା କରି ଖଣ୍ଡିଆଗିରି ସ୍ଥିତ ମାଣିକ ଗାର୍ଡେନ ଠାରେ ପହଞ୍ଚି ଥିଲା।ସେଠାରେ ଏକ ସଭାର ଆୟୋଜନ ହୋଇଥିଲା। ପିପିଲି ପୌରାଧ୍ୟକ୍ଷ ସେକ ବାବୁ ଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥି ଅତିଥି ଭାବେ ଯୋଗ ଦେଇଥିଲେ ଜନସଂପର୍କ ଯାତ୍ରା ବଜାର ମଧ୍ୟ ଦେଇ ଯାଉ ଥିବା ସମୟରେ ବିଧାୟକ ଶ୍ରୀ ମହାରଥୀ ଲୋକମାନଙ୍କ ସହିତ ମିଶି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ।ଏବଂ ଅନ୍ୟ ମାନଙ୍କ ମଧ୍ୟରେ ଉପାଧ୍ୟକ୍ଷା ଭାଗ୍ୟବତୀ ମହାରଣା, ପିପିଲି ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ,ଦଳୀୟ କାଉନସିଲର,କର୍ମକର୍ତ୍ତା  ମହିଳା ଓ ସାଧାରଣ ଜନତା ଏହି ଯାତ୍ରା ରେ ଯୋଗଦେଇଥିଲେ।

Leave A Reply