Odisha news

ଆଞ୍ଚଳିକ ବିକାଶ ପରିଷଦର ଅନଶନ ୪ର୍ଥ ଦିନରେ ସମର୍ଥନ ବଢୁଛି, ଅନଶନ ସ୍ଥଳରେ ସହିଦ ଙ୍କ ନିମନ୍ତେ ନୀରବ ପ୍ରାର୍ଥନା

0

ବେତନଟୀ : ବୈଶିଙ୍ଗା ଡାକ୍ତରଖାନା ଉନ୍ନତିକରଣ ପାଇଁ ଗାନ୍ଧି ଜୟନ୍ତୀ ଠାରୁ ଆଞ୍ଚଳିକ ବିକାଶ ପରିଷଦ ସହଯୋଗରେ ଆରମ୍ଭ ହୋଇ ଥିବା ରିଲେ ଅନଶନ ୪ର୍ଥ ଦିନରେ ପହଞ୍ଚିଥିବା ବେଳେ ଜନସାଧାରଣଙ୍କ ସମର୍ଥନ ବଢି ବଢି ଚାଲିଛି ସତ ମାତ୍ର ପ୍ରଶାସନ ବା ସରକାରଙ୍କର ଦୃଷ୍ଟି ଗୋଚର କୁ ଆସିନଥିବା ପରିତାପର ବିଷୟ ପାଲଟିଛି। ଶୁକ୍ରବାର ଦିନ ଅନଶନର ୫ମ ଦିନ ପୁରିଯିବା ପରେ ଯଦି ସରକାର କୌଣସି ଗୁରୁତ୍ଵ ନ ଦିଅନ୍ତି ତେବେ ରବିବାର ଠାରୁ ଆମରଣ ଅନଶନ କରାଯିବାର ସିଦ୍ଧାନ୍ତ ନିଆଯାଇଛି। ଏଥିପାଇଁ ଗୁରୁବାର ସନ୍ଧ୍ୟାରେ ଅନଶନ ସ୍ଥଳରେ ପରିଷଦ ର ସଦସ୍ୟ ଓ ସହଯୋଗୀ ଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ସିକିମ ଠାରେ ଆକସ୍ମିକ ବନ୍ୟା ଦୁର୍ବିପାକରେ ନିଖୋଜ ଥିବା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢ଼ିପ ଗ୍ରାମର ଓଡ଼ିଆ ଯବାନ ସରୋଜ କୁମାର ଦାସ ଶହୀଦ ହୋଇଯାଇଥିବା ବେଳେ ତାଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହିତ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା। ଏଥିସହିତ ଅନଶନ ର ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା।

Leave A Reply