ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲାରେ ରହିଥିବା ବନ୍ୟ ପ୍ରାଣୀ ଙ୍କ ସୁରକ୍ଷା ରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲାର ୩ ଟି ଉପଖଣ୍ଡରୁ ୩ ବ୍ୟକ୍ତିତ୍ୱ ଙ୍କୁ ବିଜୁ ପଟ୍ଟନାୟକ ବନ୍ୟ ସଂରକ୍ଷଣ ଆୱାର୍ଡ଼ ପ୍ରଦାନ କରାଯାଇଛି। ସ୍ଥାନୀୟ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଙ୍କ କାର୍ଯ୍ୟାଳୟ ବୈଠକ ଗୃହ ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ସମ୍ମାନ ଗ୍ରହଣ କରିଛନ୍ତି ବ୍ରହ୍ମପୁର ର ସ୍ନେକ ହେଲ୍ପ ଲାଇନ ସଦସ୍ୟ ସନ୍ଦୀପ କୁମାର ସେଠୀ, ଛତ୍ରପୁର ଉପଖଣ୍ଡରେ ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ଉପରେ ଗବେଷଣା କରୁଥିବା ଆଶିଷ କୁମାର ଦାସ ଓ ଭଞ୍ଜନଗର ର ଗୌରୀ ଶଙ୍କର ମିଶ୍ର। ସୂଚନା ମୁତାବକ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ୬୯ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସଞ୍ଜୟ ସ୍ୱାଇଁ, ବ୍ରହ୍ମପୁର ଉପ ଜିଲ୍ଲାପାଳ ଯୋଗ ଦେଇଥିଲେ। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ଡିସିଏଫ୍ ରମା ରଞ୍ଜନ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ୩ ଜଣ ପକୃତି ପ୍ରେମୀ ଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ହାତୀ ସମେତ ରାମଗୁଡ଼ା ସଂରକ୍ଷିତ ଜଙ୍ଗଲକୁ ସୁରକ୍ଷା ଦେଉଥିବା ବନ ସୁରକ୍ଷା ସମିତିର ସଦସ୍ୟ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଇକୋ କ୍ଳବ୍ ସଂଯୋଜକ ଶଙ୍କର ନାରାୟଣ ବେଜ୍ ମଞ୍ଚ ପରିଚାଳନା କରିଥିବା ବେଳେ ଏସିଏଫ୍ ପ୍ରଭାକର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସିଏଫ୍ ମନୋଜ ପାତ୍ର, ମାଣିକେଶ୍ଵରୀ ହାଁସଦା, ରେଞ୍ଜର ଦିବ୍ୟ ରଞ୍ଜନ ସାହୁ, ବନପାଳ ବାବୁ ସେଠୀ, ଦିଗମ୍ବର ହୋତା ପରିଚାଳନା ରେ ସହଯୋଗ କରିଥିଲେ।