Odisha news

ରୋଗୀ କଲ୍ୟାଣ ସମିତିର ଜରୁରୀ ବୈଠକ

0

ଫୁଲନଖରା, -ବାରଙ୍ଗ ବ୍ଲକ ଅନ୍ତର୍ଗତ ନଗରୀ ପଞ୍ଚାୟତରେ ଥିବା ପୁରାତନ ମହୀଧରପଡ଼ା ଉନ୍ନୀତ ସ୍ୱାସ୍ଥ୍ୟକେନ୍ଦ୍ରର ରୋଗୀ କଲ୍ୟାଣ ସମିତି ପକ୍ଷରୁ ଆଜି ଏକ ଜରୁରୀ ବୈଠକ ଆହ୍ୱାନ କରାଯାଇଥିଲା । ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହରେ ଆୟୋଜିତ ଏହି ବୈଠକରେ ମୁଖ୍ୟତଃ କରୋନା ମୁକାବିଲା ଓ ଏତଦ ସମ୍ବନ୍ଧିତ ପ୍ରତିକାରମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା ।

ସର୍ବ ପ୍ରଥମେ ସିଏଚସି ସଭାଗୃହକୁ ମରାମତି ଓ ନବୀକରଣ କରାଯାଇ ଏହାକୁ ବର୍ତ୍ତମାନ ଆଇସୋଲେସନ ୱାର୍ଡ଼ରେ ପରିଣତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଉକ୍ତ ୱାର୍ଡ଼ ସଂଲଗ୍ନ ଏକ ନୂତନ ଶୋøଚାଳୟ ନିର୍ମାଣ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି । ଏହାଛଡ଼ା ପର୍ଯ୍ୟାପ୍ତ ପରିମାଣର ମାସ୍କ, ସାନିଟାଇଜର, ସାବୁନ, ସ୍ପ୍ରେୟର ଆଦି କ୍ରୟ ସହିତ ପ୍ରତ୍ୟେକ ଦିନ ସିଏଚସି ପରିସର ଏବଂ ଆସବାବପତ୍ରକୁ ସଫାସୁତରା ରଖିବାକୁ ସ୍ଥିର ହୋଇଥିଲା ।

କରୋନା ଭୂତାଣୁ ସଂକ୍ରମଣ ସଂକ୍ରାନ୍ତ ସମସ୍ତ କାରଣ ଓ ଏହାର ନିରାକରଣ ବାବଦରେ ବ୍ୟାପକ ଜନ ସଚେତନତା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ ସରୋଜ ସାହୁ, ବିଡ଼ିଓ ପ୍ରଭାକର ପଣ୍ଡା, ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଭାଷଚନ୍ଦ୍ର ଗୋଚ୍ଛାୟତ, ବରିଷ୍ଠ ସଭ୍ୟ ଲଳିତକୁମାର ଦାଶ, ଆୟୁଷ ଅନଙ୍ଗଚରଣ ପତି, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସନାତନ ବେହେରା, ବ୍ଲକ ଶିଶୁ ବିକାଶ ଅଧିକାରୀ ନିହାରିକା ମହାନ୍ତି, ଅଶୋକ ରଥ, ଗୋଲେଖ ପାତ୍ର, ଘନଶ୍ୟାମ ପାତ୍ର, ନିହାରବାଳା ମିଶ୍ର, ବେଣୁଧର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply