Odisha news

ମହୁଲ କମ ଦରରେ ବିକ୍ରି ହୋଈ ରପ୍ତାନୀ ହେଉଛି ବାହାର ରାଜ୍ୟକୁ।

0

ତେନ୍ତୁଳିଖୁଣ୍ଟି :- ମଣିଷ ଜ୍ଞାନ ପାଈବା ଦିନରୁ ଜଳ,ଜଙ୍ଗଲ,ଜମି ଉପରେ ନିର୍ଭର କରି ସାମାଜିକ, ଅର୍ଥନୈତିକ,ପାରମ୍ପାରିକ ବ୍ୟବସ୍ଥା ଉପରେ ଏକଦା ଶକ୍ତ ମୂଳଦୁଆ ପକେଇଥିଲା। କିନ୍ତୁ ବର୍ତ୍ତମାନ ଆଧୁନିକରଣ ପ୍ରକୃତିର ଅସୀମ ଭଣ୍ଡାରକୁ ଶେଷ କରି ନଭଶ୍ଚୁମ୍ଭୀ ଅଟ୍ଟାଳିକାମାନ ଗଢିତୋଳୁଛି ଓ ବାହାବା ନେଉଛି। ପ୍ରକୃତି ଓ ସଂସ୍କୃତିକୁ ଯିଏ ଦିନେ ମାଁ ବୋଲି ଉପାସନା କରୁଥିଲା, ଆଜି ସେ ସବୁକୁ ଭୂଲିଛି। ଜଙ୍ଗଲ ସଫା କରି ଆଧୁନିକରଣ ଛାପ ଛାଡିବାକୁ ଈଛ୍ଛା ପ୍ରକାଶ କରୁଥିବା ମଣିଷ ଧ୍ବଂସାଭିମୁଖୀ ହେଉଛି।

ଜଙ୍ଗଲଜାତ ଦ୍ରବ୍ୟ ଛତୁବଡା,ଶାଳପତ୍ର,କନ୍ଦା,ଫଳମୂଳ,ଚନ୍ଦନ,ଫୁଲ, ଔଷଧିୟ ଚେରୀମୂଳୀ, ଅଁଳା,ବାହାଡା,ଦାନ୍ତକାଠି,ଜାଳେଣୀ,ଝୁଣା,ମହୁ ଆଦି ଲୋପ ପାଈବାକୁ ବସିଲାଣି। ଏହା ବଦଳରେ କେମିକାଲ ଯୁକ୍ତ ବଜାରରେ ଉପଲବ୍ଧ ହେଉଛି। ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ପିଢି ଆଜି ହତାଶ ହେଉଛନ୍ତି। ଲଘୁବନଜାତ ଦ୍ରବ୍ୟ ଭାବେ ମହୁଲର ଚାହିଦା ରନ୍ଧା ମୃଦୁ ଓ ଖାଦ୍ୟ ପାଇଁ ବ୍ୟବହୃତ ହୁଏ। ଏହା ସାଧାରଣତଃ ମାର୍ଚ୍ଚ ଠାରୁ ମେ ମାସ ପର୍ଯ୍ୟନ୍ତ ମିଳେ। ଗଛରୁ ଝଡି ପଡିଲେ ମହୁଲକୁ ଗୋଟାଈ ଆଣି ସୁଖାଯାଏ। ସୁଖିଗଲେ ବିକ୍ରି ହୁଏ। କିନ୍ତୁ ଅଭାବୀ ବିକ୍ରି ନିମନ୍ତେ ମହୁଲ ଗୋଟାଳୀ ମାନେ କ୍ଷତି ସହୁଛନ୍ତି। ଦିନ ସାରା ପରିଶ୍ରମ କରି ମହୁଲ ସଂଗ୍ରହ କରିଥାନ୍ତି।

ଯାହାର ପାରିଶ୍ରମିକ ଭାବେ କିଲୋ ପିଛା ୨୫ ରୁ ୩୦ ଟଙ୍କା ମିଳେ। ଦଲାଲ ମାଲାମାଲ ହୁଅନ୍ତିି। ସରକାରଙ୍କ ନିର୍ଦେଶ ଅନୁସାରେ ପ୍ରତୈକ ପଞ୍ଚାୟତ ସ୍ତରରେ ଲଘୁବନଜାତ ଦ୍ରବ୍ୟ କିଣିବା ଲୋକଙ୍କୁ ଲାଈସେନ୍ସ ପ୍ରଦାନ କରିଥାନ୍ତି ଓ ଏଥିପାଇଁ ୧୦୦ ଟଙ୍କା ରସିଦ କଟାଯାଏ। ବିନା ଲାଇସେନ୍ସରେ କିଣୁଥିବା ଲୋକେ ଦଲାଲଙ୍କ ଜରିଆରେ ପଡୋଶୀ ରାଜ୍ୟକୁ ଚାଲାଣ କରାଯାଉଛି। ସରକାରୀ ଧାର୍ଯ୍ୟମୂଲ୍ୟ ଓ କଟକଣା ଅଭାବରୁ ଶୋଷିତ ହେଉଛନ୍ତି ସଂଗ୍ରହକାରୀ। ତେବେ ନିକଟରେ ସମ୍ବଲପୁର ଜିଲ୍ଲାରେ ଓଡିଶା ଜିବିକା ମିଶନ ମାଧ୍ୟମରେ ବିଭିନ୍ନ ଯୋଜନାରେ ଲଘୁବନଜାତ ଦ୍ରବ୍ୟ କିଣିବା ଉପରେ ଉଚିତ ମୂଲ୍ୟ ନିର୍ଦ୍ଧାରଣ କରାଯାଈପାରିଛି। ମହିଳା କିଶାନ ସଶକ୍ତିକରଣ ପରିଯୋଜନାରେ ଗତ ବର୍ଷ ନଭେମ୍ବର ମାସରେ ବନବା

Leave A Reply