Odisha news

ବାଲିଗୁଡା ତହସିଲଦାରଙ୍କ ଘରୁ ଚନ୍ଦନ ଗଛ ଚୋରି

0

ବାଲିଗୁଡା-; ବାଲିଗୁଡା ତହସିଲଦାର ଶୁଶ୍ରୀ କ୍ଷୀରାବ୍ଧୀ ତନୟା ସାହୁଙ୍କ ବାସଭବନ ପରିସରରୁ ଦିର୍ବୁତ ମାନେ ଏକ ଛନ୍ଦନ ଗଛକୁ କାଟି ଚୋରି କରିନେଇଛନ୍ତି ।ସୁଚନାରୁ ପ୍ରକାଶ ଯେ ଗତ ରାତିରେ ତହସିଦାରଙ୍କ ବାସ ଭବନନ ପରିସରରେ ଥିବା ଏକ ଚନ୍ଦନ ଗଛକୁ କାଟି ଚୋରି କରି ନେଇଛନ୍ତି । ଚୋର ମାନେ ଏହି ଗଛ କାଟିବା ସମୟରେ ତହଦିଦାରଙ୍କ ବାସଭବନର କବାଟକୁ ଆଗଆଡୁ ଗେଡା ପକାଇଦେଇଥଲେ ।

କାଟିଥିବା ଚନ୍ଦନ ଗଛକୁ ପୁରା ମୁଳକୁ କାଟିଛନ୍ତି ଓ ଗଛର ମୁଳ ବା ଗଣ୍ଡିକୁ କୋଟି ନେଇଯାଇଛନ୍ତି ଡାଳକୁ ଛାଡି ପଳାଇଛନ୍ତି ।ତହସିଲଦାର ପୋଲିସରେ ଖବର ଦେବାପରେ ପୋଲିସ ଘଟଣା ସ୍ଥଳକୁ ଆସି ତଦନ୍ତ କରିବା ସହ ସନ୍ଧାନୀ କୁକୁରକୁ ଆଣି ତଦନ୍ତ ପକ୍ରି୍ୟା ଆରମ୍ଭ କରିଥିଲେ । ବାଲିଗୁଡା ଥାନା କେଶ ନମ୍ବର ୫୦/୨୦ରେ ମାମଲା ରୁଜୁ କରି ଅଧିକ ତଦନ୍ତ କରାଯାଉଛି

Leave A Reply

Your email address will not be published.