Odisha news

ଗୋରୁ ବୋଝେଇ ଟ୍ରକକୁ ଜବତ କଲେ, ୪୦ ରୁ ଉଦ୍ଧ୍ୱର୍ ଗୋରୁ ଉଦ୍ଧାର

0

ଖୋର୍ଦ୍ଧା : ସଦରଥାନା ଅନ୍ତର୍ଗତ ୧୬ ନଂ ଜାରତୀୟ ରାଜପଥରୁ ପୁଲିସ ଏକ ଗୋରୁ ବୋଝେଇ କଂଟେନର କୁ ଜବତ କରିବା ସହିତ ଏହାର ଡ଼୍ରାଇଭରକୁ ଗିରଫ କରିଥିବା ଜଣାଯାଇଛି ।
ଘଟଣାରୁ ଜଣାଯାଇଛି, ବୁଧବାର ବିଳମ୍ବିତ ରାତ୍ରରେ ଏକ ଗୋରୁ ବୋଝେଇ କଂଟେନର ୧୬ ନଂ ଜାତୀୟ ରାଜପଥ ଦେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ସ୍ଥାନୀୟ ଦଳେଇପୁଟ ଗ୍ରାମ ନିକଟରେ ପୁଲିସ ଉକ୍ତ ଗାଡିକୁ ଅଟକାଇଥିଲା ।

ତେବେ ଏଥିରେ ପ୍ରାୟ ୪୦ରୁ ଉର୍ଦ୍ଧ ଗୋରୁ ଥିବାବେଳେ ସେଥିମଧ୍ୟରୁ ପ୍ରାୟ ୨ଟି ଗୋରୁ ମୃତ୍ୟୁବରଣ କରିଛନ୍ତି । ଅନେକ ଗୋରୁଙ୍କ ଗୋଡ ଓ ମୁହଁ ବାନ୍ଧି ଅକଥନୀୟ ଭାବେ ବ୍ରହ୍ମପୁରରୁ କଲକତା ଅଭିମୁଖେ ନିଆଯାଉଥିଲା । ତେବେ ଏହି ଟ୍ରକକୁ ପୁଲିସ ଥାନାରେ ଆଣି ଅଟକ ରଖିଥିବାବେଳେ ଗ୍ରାମବାସୀଙ୍କ ସହାୟତାରେ ଗୋରୁଙ୍କୁ ଟ୍ରକରୁ ପୁଲିସ ସମ୍ମୁଖରେ ବାହାର କରାଯାଇଥିଲା ।

ତେବେ ଥାନା ପରିସର ଏକ ପ୍ରକାର ପାଲଟିଥିଲା ଗୋରୁ ଗୁହାଳ । ଗୋରୁମାନେ ଏଣେ ତେଣେ ବୁଲୁଥିବା ଏପରିକି ଦୈାଡୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପଶୁଧନ ନିରୀକ୍ଷକ ଘଟଣାସ୍ଥଳରେ ପହଁଚି ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥିବା ଜଣାଯାଇଛି । ଏହି ଘଟଣାରେ ପୁଲିସ କଂଟେନର ଡ୍ରାଇଭର ମଞ୍ଜୁର ଖାନ୍(୩୬) କୁ ଗିରଫ କରି କୋର୍ଟଚାଲାଣ କରିଥିବାର ଜଣାଯାଇଛି ।

Leave A Reply