Odisha news

ବାଲିକୁଦା ରେଲୱେ ଅଣ୍ଡର ପାସ ଉଦଘାଟିତ

0

ଫୁଲନଖରା : ସଦର ଥାନା ଅନ୍ତର୍ଗତ ବାଲିକୁଦା ରେଲୱେ ଲେବଲ କ୍ରସିଙ୍ଗରେ ଅଧିକାଂଶ ସମୟ ପ୍ରବଳ ଭିଡ଼ ରହୁଥିଲା । ଏହା ଯୋଗୁଁ ଆମ୍ବୁଲାନ୍ସ ସମେତ ଥାନା ଗାଡ଼ି ଓ ଅନ୍ୟ ଜରୁରିକାଳୀନ ସେବାରେ ନିୟୋଜିତ ଯାନବାହନ ବହୁ ସମୟ ଧରି ଅଟକି ରହୁଥିଲା । ଏଠାରେ ଏକ ଅଣ୍ଡର ପାସ ଓ ଓଭର ବ୍ରି୍ରଜ ନିର୍ମାଣ କରିବାକୁ ଦୀର୍ଘ ବର୍ଷ ହେଲା ଦାବି ହେଉଥିଲା ।

ଶେଷରେ ଏହି ଦାବି ଆଂଶିକ ପୂରଣ ହୋଇଥିଲାବେଳେ ଓଭର ବ୍ରିଜ କାମ ଚାଲିଛି । ଆଜି ଲେବଲ କ୍ରସିଙ୍ଗ ଅନତି ଦୂରରେ ଏକ ଅଣ୍ଡର ପାସ ରାସ୍ତା ଉଦଘାଟିତ ହୋଇଛି । ରେଲୱେ ବିଭାଗ ତରଫରୁ ୭କୋଟି ଟଙ୍କା ବ୍ୟୟରେ ଏହା ନିର୍ମାଣ ହୋଇଥିଲାବେଳେ ବିଜନକୁମାର ପରିଡ଼ା କନଷ୍ଟ୍ରକ୍ସନ କମ୍ପାନୀ ଏହାର ନିର୍ମାଣ ଦାୟିତ୍ୱରେ ରହିଥିଲା ।

ଏହି ଅବସରରେ ଆଜି ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ ପ୍ରଶାସନିକ ଅଧିକାରୀ ବି.କେ. ଗୁପ୍ତା, ମୁଖ୍ୟ ପ୍ରକଳ୍ପ ଅଧିକାରୀ (ନିର୍ମାଣ) ଅନିଲ ପ୍ରକାଶ, ଉପ ମୁଖ୍ୟ ଯନ୍ତ୍ରୀ (ନିର୍ମାଣ) ଇଂ. ଶିଶିରକୁମାର ଆଚାର୍ଯ୍ୟ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଏନ.ଏନ. ସାହୁ, ସମାଜସେବୀ ଅନିଲକୁମାର ବେଉରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅଣ୍ଡର ପାସଦ୍ୱାରା ବାରଙ୍ଗ, ତ୍ରିଶୁଳିଆ, ବାଙ୍କୀ ଓ ନନ୍ଦନକାନନ ଆଦି ସ୍ଥାନକୁ ହାଲୁକା ଯାନରେ ଯାଉଥିବା ଲୋକେ ଆଉ ଲେବଲ କ୍ରସିଙ୍ଗରେ ଦୀର୍ଘ ସମୟ ଧରି ଅଟକି ରହିବାକୁ ପଡ଼ିବନାହିଁ ।

Nalco
Leave A Reply