Odisha news

ପୁଲକିତ୍‌ ଓ କୃତି ଖରବନ୍ଦା ବେଶ୍‌ ଚର୍ଚ୍ଚାରେ

0

ପୁଲକିତ୍‌ ସମ୍ରାଟ ଏବେ ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି । କିଛିଦିନ ହେବ ପୁଲକିତ୍‌ ଓ କୃତି ଖରବନ୍ଦାଙ୍କୁ ଏକାଠି ଦେଖିବାକୁ ମିଳୁଛି । ଉଭୟ ଡେଟ୍‌ କରୁଥିବା ଜଣାପଡ଼ିଛି । ଲକ୍‌ଡାଉନ୍‌ରେ କୃତି ଓ ପୁଲକିତ୍‌ ସୋସାଲ ମିଡିଆ ପୋଷ୍ଟ୍‌ ଯୋଗୁ ଲାଇମ୍ ‌ଲାଇଟ୍‌କଚ ଆସୁଛନ୍ତି । ଦୁହେଁ ପରସ୍ପରର ପୋଷ୍ଟ୍‌ରେ ପ୍ରତିକ୍ରିୟା ରଖୁଛନ୍ତି । କୃତି ଇନ୍‌ଷ୍ଟାଗ୍ରାମ୍‌ରେ ଖାଇବା ସେୟାର କରି କହିଛନ୍ତି ଏସବୁ ପୁଲକିତ୍‌ ତାଙ୍କ ପାଇଁ ତିଆରି କରିଛନ୍ତି । କୃତି କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ମୁଁ ପର୍ସନଲ୍‌ ସେଫ୍‌ ପୁଲକିତ୍‌ଙ୍କ ଦ୍ୱାରା ସେକା ହୋଇଥିବା ସମସ୍ତ ବ୍ରେଡ୍‌ ସଫଳତାପୂର୍ବକ ଖାଇଛି । ଏବେ ରାଉଣ୍ଡ ୨ର ସମୟ । ସୋସାଲ ମିଡିଆରେ କୃତିଙ୍କ ଏହି ପୋଷ୍ଟ୍‌ ଭାଇରାଲ ହୋଇଛି । ପୁଲକିତ୍‌ କମେଣ୍ଟ କରି କହିଛନ୍ତି, ଏବେ ରାଉଣ୍ଡ ୨ର ସମୟ । କିଛିଦିନ ପୂର୍ବରୁ କୃତିଙ୍କ ପୋଲ୍‌ ଡାନ୍ସର ଏକ ଭିଡିଓ ଭାଇରାଲ୍‌ ହୋଇଥିଲା ।

Nalco
Leave A Reply