ଜଗତସିଂହପୁର୧୧/୫:ଅଖିଳ ଭାରତ ଟ୍ରେଡ ୟୁନିଅନ କଂଗ୍ରେସ ପକ୍ଷରୁ ଡାକରା ଦିଆଯାଇଥିବା ମେ ୧୧ ସର୍ବ ଭାରତୀୟ ପ୍ରତିବାଦକୁ ସଫଳ କରିବାକୁ ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ପ୍ରତିବାଦ କରାଯାଇଥିଲା ।ବିଶ୍ୱ ମହାମାରୀ କରୋନା ସମୟରେ ଶ୍ରମିକ ଶ୍ରେଣି ସବୁଠାରୁ କଠିନ ସମୟ ଦେଇ ଗତି କରୁଛି ।ସଂଗଠିତ କ୍ଷେତ୍ରରେ ଥିବା ଠିକା ଶ୍ରମିକମାନଙ୍କୁ ସରକାରଙ୍କ ଘୋଷଣା ସେତ୍ତ୍ୱ ମଜୁରୀ ମିଳୁ ନାହିଁ ।ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କ ଅବସ୍ଥା ଆହୁରି ଦୟନୀୟ ।
ସରକାର ଏଭଳି ପରିସ୍ଥିତିରେ ଶ୍ରମ ଆଇନକୁ ଲାଗୁ ନକରିବାକୁ ନିଷ୍ପତ୍ତି ନେଉଛନ୍ତି ବୋଲି ଜଣାଯାଇଛି ।ଏଭଳି ସଂଙ୍କଟ ସମୟରେ ଶ୍ରମିକ ବା କର୍ମଚାରୀମାନଙ୍କ ଜୀବନ ଓ ଜୀବିକାର ସୁରକ୍ଷା ଦାବିରେ ଏଆଇଟିୟୁସି ପକ୍ଷରୁ ଦେଶବ୍ୟାପି ପ୍ରତିବାଦ ଆନେ୍ଦାଳନ କରାଯାଇଥିଲା ।
ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଜନ୍ମମାଟିକୁ ଫେରାଇ ଆଣିବାର ବ୍ୟବସ୍ଥା କରିବା,କୌଣସୀ ପରିଚୟ ପତ୍ର ଦେଖାଇବାକୁ ବାଧ୍ୟ ନକରି ସମସ୍ତ ଶ୍ରମିକମାନଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେବା,ସମସ୍ତ ଅସଂଗଠିତ କ୍ଷେତ୍ରରେ ଶ୍ରମିକ,ଠିକା,ଅସ୍ଥାୟୀ ଓ ଦିନ ମଜୁରିଆ ଶ୍ରମିକ ପରିବାରକୁ ଉଜ୍ଜଳା ରନ୍ଧନ ଗ୍ୟାସ ଯୋଜନାରେ ସମ୍ମିଳିତ କରାଯାଉ,ଶ୍ରମ ମନ୍ତ୍ରଣା କାରି କରିଥିବା ସମସ୍ତ ଘୋଷଣାର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରାଯାଉ,ମଜୁରୀ କାଟ ବନ୍ଦ କରିବା,ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ପରିବାରକୁ ପୁନଃ କାର୍ଯ୍ୟରେ ଯୋଗ ଦେବା ପର୍ଯ୍ୟନ୍ତ ଅନୁନ୍ୟ ତିନି ମାସ ପାଇଁ ମାସକୁ ୭୫୦୦ ଟଙ୍କ ।ପ୍ରଦାନ କରିବା,ଆସା ଓ ଅଙ୍ଗନୱାଡି କର୍ମୀମାନଙ୍କୁ ସୁରକ୍ଷା ସରଞ୍ଜାମ ଯୋଗାଇ ଦେବା,ପ୍ରବାସୀ ଶ୍ରମିକ ।ାଇନ-୧୯୭୯କୁ ସମୃଦ୍ଧ କରିବା ଆଦି ୧୩ ଦଫା ଦାବୀ ନେଇ ପ୍ରତିବାଦ କରାଯାଇଥିଲା ।
ଏଆଇଟିୟୁସି ଜାତୀୟ ସଂପାଦକ ରାମକୃଷ୍ଣ ପଣ୍ଡାଙ୍କ ଆହ୍ୱାନ କ୍ରମେ ଜଗତସିଂହପୁର ଜିଲ୍ଲାରେ ଏହି ପ୍ରତିବାଦ କରାଯାଇଥିଲା ।ଏଆଇଟିୟୁସିର ଉପସଭାପତି ସୋମନାଥ ଗିରିଙ୍କ ନେତୃତ୍ୱରେ ଏହି ପ୍ରତିବାଦ ଜଗତସିଂହପୁର ଠାରେ ଅନୁଷ୍ଠିତ ହୋଇଥିଲା ।