Odisha news

ଶିଶୁଙ୍କୁ କରୋନାରୁ ରକ୍ଷା କରେ ମା’ କ୍ଷୀର

0

କରୋନାଭାଇରସ୍‌ ଟୀକା ଓ ଔଷଧକୁ ନେଇ ପ୍ରତିଦିନ ନୂଆ ନୂଆ ଗବେଷଣା ଚାଲୁଛି । ଏବେ ମା’ କ୍ଷୀରରେ କରୋନା ଚିକିତ୍ସା ସମ୍ଭବ ବୋଲି ଦାବି ହେଉଛି । ଦ ଜର୍ନାଲ୍‌ ଅଫ୍‌ କ୍ଲିନିକଲ୍‌ ମାଇକ୍ରୋବା ୟୋଲଜି ମା’ କ୍ଷୀରରୁ ଆଣ୍ଟିବଡି ପ୍ରସ୍ତୁତ କରି ପରୀକ୍ଷା କରିଛି । ଗବେଷଣାରୁ ଜଣାପଡ଼ିଛି ସଂକ୍ରମିତ ମହିଳାଙ୍କ କ୍ଷୀରରେ କରୋନାଭାଇରସ୍‌ ଆଣ୍ଟିବଡ଼ି ଥାଇପାରେ ଯାହା ପିଲାଙ୍କୁ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିବ । ସେଥିପାଇଁ ସଂକ୍ରମିତ ମହିଳା ଶିଶୁଙ୍କୁ କରୋନାରୁ ରକ୍ଷା କରିବା ପାଇଁ ସ୍ତନ୍ୟପାନ ଜାରି ରଖିବା ଦରକାର ବୋଲି ଗବେଷକମାନେ କହିଛନ୍ତି । ଡାକ୍ତରଙ୍କ ଅନୁଯାୟୀ କରୋନାଭାଇରସ୍‌ ସଂସ୍ପର୍ଶରେ ଆସିଥିବା କିଛି ପିଲାଙ୍କ ଠାରେ ଦୁର୍ଲଭ ଲକ୍ଷଣ ବିକଶିତ ହେଉଛି ଯାହାକୁ ‘ପିଡିୟାଟ୍ରିକ୍‌ ମଲଫି ସିଷ୍ଟମ୍‌ ଇମ୍ପଲିମେଟରୀ ସିଣ୍ଡ୍ରୋମ୍‌’ କୁହାଯାଉଛି । ଏହାକୁ କରୋନା ଭାଇରସ୍‌ ସମ୍ବନ୍ଧୀୟ ଲକ୍ଷଣ ବୋଲି କହିଛନ୍ତି  ଗବେଷକ ।

Har Ghar Tiranga

Leave A Reply