କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍ଚୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା
ଭୁବନେଶ୍ୱର :୧୧ ମଇ,୨୦୨୦
ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସାରା ବିଶ୍ୱର ବୈଜ୍ଞାନିକ, ଯନ୍ତ୍ରୀ ଓ ସୂଚନାପ୍ରଯୁକ୍ତି ବିଦ୍ୟା ବୃତ୍ତିଜୀବୀମାନେ ପ୍ରଯୁକ୍ତି ବିଜ୍ଞାନ ପ୍ରୟୋଗ ମାଧ୍ୟମରେ କୋଭିଡ୍-୧୯ ମହାମାରୀ ସଂଗ୍ରାମରେ ସମଗ୍ର ମାନବସମାଜକୁ ସହାୟତା କରୁଥିବାରୁ ସେମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତିା
କୋଭିଡ୍ ହସ୍ପିଟାଲ୍ ଏବଂ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସ୍ୱାସ୍ଥ୍ୟସେବାକୁ ଦୃଢ଼ୀଭୂତ କରିବା ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମମାନ ଆୟୋଜନ କରିବା ପରେ ଏବେ ମକ୍ ଡି୍ରଲ୍ ମାଧ୍ୟମରେ ପ୍ରସ୍ତୁତିକୁ ଜୋରଦାର କରାଯାଉଛିା ଏହି ପରିପ୍ରେକ୍ଷୀରେ ପୁରୀର ଗୋପବନ୍ଧୁ ଆୟୁର୍ବେଦିକ୍ ମେଡିକାଲ୍ କଲେଜସ୍ଥିତ ଜିଲ୍ଲା କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଆଇଡି ହସ୍ପିଟାଲ୍ଠାରେ ୨ଟି ମକ୍ ଡି୍ରଲ୍ ଅନୁଷ୍ଠିତ ହୋଇଛିା ଏହି ଡି୍ରଲ୍ରେ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଏକ ପୂର୍ଣ୍ଣାଙ୍ଗ ଦଳ ସହ ସେ୍ୱଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲୋ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଗକୁ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଏହିଭଳି ମକ୍ ଡ୍ରିଲ୍ କରିବା ନିମନ୍ତେ ଯୋଜନା କରାଯାଉଛିା
ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲାକୁ ଗସ୍ତ କରିଥିବା ପ୍ରତିନିଧି ଦଳ ଏମ୍କେସିଜି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍, ବ୍ରହ୍ମପୁରରେ ଅଧିକ କୋଭିଡ୍ ପରୀକ୍ଷଣ, ଜିଲ୍ଲାରେ ଅଧିକ କୋଭିଡ୍-୧୯ ଚିକିତ୍ସା ସୁବିଧା, ସଙ୍ଗରୋଧ କେନ୍ଦ୍ରଗୁଡ଼ିକରେ ସ୍ୱାସ୍ଥ୍ୟ ନିୟମାବଳୀର ଅନୁପାଳନ ଏବଂ ବଫର ଅଞ୍ଚଳଗୁଡ଼ିକରେ ରୋଗ ନିରୀକ୍ଷଣ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରୁଛନ୍ତିା
ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ୍-୧୯ ପଜିଟିଭ୍ କେସ୍ଗୁଡ଼ିକକେବଳ କ୍ୱାରାଣ୍ଟାଇନ ସେଣ୍ଟରରୁ ହିଁ ଚିହ୍ନଟ ହୋଇଛନ୍ତିା
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସଙ୍ଗରୋଧ କେନ୍ଦ୍ର/ଅସ୍ଥାୟୀ ଚିକିତ୍ସା କେନ୍ଦ୍ରମାନଙ୍କରେ ଆବଶ୍ୟକୀୟ ବ୍ୟବସ୍ଥାଗୁଡ଼ିକୁ ସୁନିଶ୍ଚିତ କରିବା ପାଇଁ ପୌର ପରିଷଦମାନଙ୍କୁ କୁହାଯାଇଛିା ଏଥିପାଇଁ ବିଭିନ୍ନ ସେବା ପରିଚାଳନା କରୁଥିବା ଦଳଗୁଡ଼ିକୁ ନିୟୋଜିତ କରାଯାଇଛିା
ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତିା ଆଜି ୧୧,୬୧୯ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତିା ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୬୭,୫୩୫ ଜଣ ଫେରିଛନ୍ତିା ସେମାନେ ବସ୍, ଟ୍ରେନ୍ ଓ ଅନ୍ୟ ଯାନବାହନରେ ଆସିଛନ୍ତିା
କୋଭିଡ୍-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୪,୫୬୩ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛିା ଏଥିରେ ମୋଟ ୫,୮୧,୯୧୫ ଶଯ୍ୟାର ବ୍ୟବସ୍ଥା କରାଯାଇଛିା
ଆଜି ରାଜ୍ୟର ୪୮୫୭ ଗ୍ରାମ ପଞ୍ଚାୟତରେ ୩,୧୭,୭୮୨ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୧୪ ଟି ପୌରାଞ୍ଚଳରେ ୩୨,୫୪୫ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା
ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମଇ ୧୦ରୁ ମଇ ୧୧ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୭ଟି ମାମଲା ଦାୟର କରାଯାଇଛିା ସେଥିରୁ ୨୩ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥିବାବେଳେ ୨ଟି ଗୁଜବ ପ୍ରଚାର ପାଇଁ ଏବଂ ୨ଟି ଅନ୍ୟାନ୍ୟ କାରଣ ପାଇଁ ଅଟୋ ବିଭିନ୍ନ ଅଭିଯୋଗରେ ୪୩ ଜଣଙ୍କୁ ଗିରଫ କରାଯାଇଛି ।
ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୬୩,୪୭୮ଟି ନମୁନା କୋଭିଡ୍-୧୯ ପରୀକ୍ଷା କରାଯାଇଛିା
ବର୍ତ୍ତମାନ ସୁଦ୍ଧା ସମୁଦାୟ ୩୯୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତିା
୮୫ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତିା
୩ ଜଣ କୋଭିଡ୍-୧୯ ରୋଗୀଙ୍କର ମୃତୁ୍ୟ ହୋଇଛିା
ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୩୦୭ ରହିଛିା
୪୪୬ ଜଣ ହସ୍ପିଟାଲ୍ ଆଇସୋଲେସନ୍ରେ ଅଛନ୍ତିା