Odisha news

ଫୁଲବାଣୀ : କାର ଓ ବାଇକ ମୁହାମୁହିଁ, ବାଇକରେ ଥିବା ଦୁଇଭାଇ ମୃତ

0

ଫୁଲବାଣୀ : ଆଜି ଦିନ ପ୍ରାୟ ୧୦.୩୦ ମିନିଟ ସମୟରେ ଫୁଲବାଣୀ ସଦର ଥାନା ଅର୍ନ୍ତଗତ ବିଶିପଡା ଗାଁ ବୁଲାଣିରେ ଏକ ବାଇକ ଓ କାର ଦୁର୍ଘଟଣାରେ ବାଇକରେ ଥିବା ଦୁଇ ଭାଇଙ୍କର ମୃତୁ୍ୟ ଘଟିଛି । ଘଟଣା ଅନୁସାରେ ଫୁଲବାଣୀରୁ ଏକ ହୀରୋ ବାଇକ ଓଡି-୧୨ ବି ୮୨୧୧ରେ ୨ ଭାଇ ନରେଶ ବଗାର ଓ ପ୍ରଦୀପ ବଗାର ଗୋଛାପଡା ଆଡକୁ ଯାଉଥିବାବେଳେ ବିପରୀତ ପଟରୁ ବାଲିଗୁଡାରୁ ଆସୁଥିବା ଏକ କାର ନଂ (ଓଡି ୧୪ ଏ – ୮୮୯୭) ଦ୍ରୃତଗତିରେ ଆସି ବାଇକ ଆରୋହୀଙ୍କୁ ମୁହାଁମୁହିଁ ଧକ୍କା ଦେବା ଫଳରେ ବାଇକରେ ଯାଉଥିବା ଦୁଇଭାଇଙ୍କ ଘଟଣାସ୍ଥଳରେ ମୃତୁ୍ୟ ଘଟିଛି ।

ସେମାନଙ୍କୁ ଉଦ୍ଧାର କରାଯାଇ ଫୁଲବାଣୀ ଡାକ୍ତରଖାନାକୁ ପଠାଯାଇଥିଲା ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷିତ କରିଥିଲେ । ମୃତ ଦୁଇଭାଇଙ୍କ ଘର  ଗୋଚ୍ଛାପଡା ଥାନା ଅଂଚଳର  ଆଲିଗଡରେ ବୋଲି ଜଣାପଡିଛି  ।  ଦୁଇଭାଇ ଗାଁରୁ ଆସି ଫୁଲବାଣୀରୁ ଏକ ନୂଆ ମୋବାଇଲ କିଣିବା ସହ ଜଳଖିଆ ଖାଇ ନିଜ ଗାଁକୁ ଫେରିବା ବେଳେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସଦର ପୋଲିସ ଘଟଣାସ୍ଥଳରେ ପଂହଚି ମୃତ ୨ ଭାଇଙ୍କ ଶବକୁ ବ୍ୟବଛେଦ ପାଇଁ ପଠାଇବା ସହିତ ଏକ ମାମଲା ୫୦/୨୦ ରୁଜ୍ଜୁ କରିବା ସହିତ ବାଇକ ଓ କାରକୁ ଜବତ କରି ଘଟଣାର ତଦନ୍ତ କରୁଥିବା ସଦରଥାନା ଅଧିକାରୀ ଆଦିତ୍ୟ ସେଠୀଙ୍କ ସୁତ୍ରରୁ ଜଣାପଡିଛି ।

Leave A Reply