Odisha news

ଲକ୍‌ଡାଉନ୍ ଅବଧି ଜୁନ ୩୦ ଯାଏ ବଢ଼ିଲା:ଆସନ୍ତୁ ଜାଣିବା କଣ ଖୋଲିବ, କଣ ବନ୍ଦ ରହିବ?

0

ନୂଆଦିଲ୍ଲୀ: ଜୁନ୍ ୩୦ ଯାଏଁ ବଢ଼ିଲା ଲକଡ଼ାଉନ୍ ଅବଧି। ତେବେ କଣ୍ଟେନମେଣ୍ଟ ଜୋନ୍ ବାହାରେ ପର୍ଯ୍ୟାୟ କ୍ରମେ କଟକଣା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏ ନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସାନି ନିର୍ଦ୍ଦେଶନାମା ଜାରି ହୋଇଛି। ଏବେ ଆସନ୍ତୁ ନଜର ପକାଇବା ନୂଆ ଗାଇଡଲାଇନ୍ ଅନୁସାରେ କଣ ଖୋଲା ଓ କଣ ବନ୍ଦ ରହିବ।

କଣ ଖୋଲା ରହିବ?

  • ଜୁନ୍ ୮ରୁ ପ୍ରଥମ ପର୍ଯ୍ୟାୟରେ ଖୋଲିବ ଧାର୍ମିକ ସ୍ଥଳୀ, ହୋଟେଲ୍, ରେଷ୍ଟୁରାଣ୍ଟ ସହ ଅନ୍ୟ ହସ୍ପିଟାଲିଟି ସେବା। ସେହିପରି ସପିଂ ମଲ୍ ମଧ୍ୟ ଖୋଲାରହିବ। ଏସବୁ ସ୍ଥାନରେ ଯେମିତି ସାମାଜିକ ଦୂରତା ବଜାୟ ରହିବ, ସେଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ନିୟମାବଳୀ ଜାରି କରାଯିବ।ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟ ସରକାରମାନଙ୍କ ସହ ଆଲୋଚନା ପରେ ସ୍କୁଲ, କଲେଜ ସହ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବ। ଏନେଇ ଅଭିଭାବକ ଏବଂ ଅନ୍ୟ ଅଂଶୀଦାରମାନଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର। ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲାଯିବ ନା ନାହିଁ, ଏ ସମ୍ପର୍କରେ ଜୁଲାଇ ମାସରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।
  • କଣ ସବୁ ବନ୍ଦ ରହିବ ?
  • ଆନ୍ତର୍ଜାତିକ ବିମାନ ଯାତ୍ରା, ମେଟ୍ରୋ ଟ୍ରେନ୍ ଚଳାଚଳ ବନ୍ଦ ରହିବ। ସିନେମା ହଲ, ଜିମ୍ନାସିୟମ୍, ସୁଇମିଂ ପୁଲ୍ ପୂର୍ବଭଳି ବନ୍ଦ ରହିବ। ଏଣ୍ଟରଟେନମେଣ୍ଟ ପାର୍କ ବନ୍ଦ, ବାର୍, ଅଡିଟୋରିୟମ୍ ବନ୍ଦ ରହିବ। ଅଧିକ ଲୋକ ଠୁଳ ହେଉଥିବା ସ୍ଥାନ ଖୋଲିବ କି ନାହିଁ, ପରେ ନିଷ୍ପତ୍ତି ନିଆଯିବ। ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହୋଇଛି।

Leave A Reply