Odisha news

ରାୟଗଡା : ୪ର୍ଥ ବାଟାଲିୟନ ଜବାନଙ୍କୁ ଔଷଧୀୟ ମଶାରୀ ବଣ୍ଟନ

0

ରାୟଗଡା (Rabindra patkhnadal)-ରାୟଗଡା ସହରସ୍ଥିତ ୪ର୍ଥ ବାଟାଲିୟନ ସିଆରପିଏଫ ଜବାନଙ୍କୁ ଔଷଧୀୟ ମଶାରୀ ବଂଟନ କରାଯାଇଛି । ଏଥି ନିମନ୍ତେ ସିଆରପିଏଫ କ୍ୟାମ୍ପ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଆର୍ତବନ୍ଧୁ ନାୟକ ଯୋଗ ଦେଇଥିଲେ ।

ସିଆରପିଏଫ ତରଫରୁ ସେକେଣ୍ଡେ ଇନ କମାଣ୍ଡେଂଟ ମିତୁ ରୟ, ସହକାରୀ କମାଣ୍ଡେଂଟ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀବେହେରା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ଜବାନ ମାନେ ହେଉଛନ୍ତି ଦେଶର ମେରୁଦଣ୍ଡ, ଯଦି ଦେଶର ଜବାନ ମାନେ ସୁସ୍ଥ ଅଛନ୍ତି ତାହା ଦେଶ ସୁରକ୍ଷିତ ଅଛି । ତେଣୁ ଜବାନ ମାନଙ୍କୁ ସର୍ବଦା ଫିଟ ରହିବା ଆବଶ୍ୟକ । ଏଥି ସହ ଦେଶ ଯେଉଁ କରୋନା ମହାମାରୀ କବଳରେ ଛନ୍ଦି ହୋଇଛି, ଆମେ ସମସ୍ତେ ଏକତ୍ରିତ ହୋଇ ଲଢିବା ଏବଂ କରୋନା ମହାମାରୀକୁ ନାଶ କରିବା ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।

ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀନାୟକ ପ୍ରକାଶ କରିଥିଲେ ଯେ ଏହି ଔଷଧୀୟ ମଶାରୀ ଜବାନ ମାନଙ୍କ ସୁରକ୍ଷା କବଚ ସାଜିବ । ଡେଙ୍ଗୁ, ମ୍ୟାଲେରେିଆ ମଶା ବ୍ୟତୀତ ଅନ୍ୟାନ୍ୟ ଛୋଟ ଛୋଟ କୀଟ ପତଙ୍ଗ ଠାରୁ ମଧ୍ୟ ସୁରକ୍ଷା ଦେବ ଏହି ମଶାରୀ ବୋଲି ଶ୍ରୀନାୟକ ପ୍ରକାଶ କରିଥିଲେ । ପ୍ରାୟ ୧୫୦୦ ଔଷଧୀୟ ମଶାରୀ ଜବାନ ମାନଙ୍କୁ ବଂଟନ କରାଯାଇଥିଲା । ସିଆରପିଏଫ ୪ର୍ଥ ବାଟାଲିୟନ ତରଫରୁ ରାୟଗଡା ଜିଲ୍ଲାର ଦୁଇ କୋରନା ଯୋଦ୍ଧା ଜିଲ୍ଲାପାଳ ପ୍ରୋମଦ କୁମାର ବେହେରା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ତବନ୍ଧୁ ନାୟକଙ୍କୁ ସେକେଣ୍ଡ ଇନ କମାଣ୍ଡେଂଟ ମିତୁ ରୟ ସମ୍ବର୍ଦ୍ଧିତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମକୁ ସିଆରପିଏଫର ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ମହାନ୍ତି ପରିଚାଳନା କରିଥିଲେ ।

Leave A Reply

Your email address will not be published.