Odisha news

କଟି୍ରଙ୍ଗିଆ ପଂଚାୟତରେ ଲଗାତାର ଭାବରେ ୩ ଦିନ ଧରି ୧୦ ଜଣ କରୋନା ପଜିଟିଭ : ସମଗ୍ର ଗ୍ରାମପଂଚାୟତକୁ ୭ ଦିନପାଇଁ ସଟ୍ଡାଉନ ଘୋଷଣା କଲେ ସରପଂଚ

0

ଫୁଲବାଣୀ,୧୫/୦୮, କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ କଟି୍ରଙ୍ଗିଆ ଗ୍ରାମ ପଂଚାୟତରେ ଲଗାତାର ଭାବରେ ୩ ଦିନ ଧରି ମøାଟ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଗ୍ରାମପଂଚାୟତରେ ଗୋଷ୍ଠୀ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କର ନିଦେ୍ର୍ଧଶ ପତ୍ର ସଂଖ୍ୟା-୨୨୩୨,୧୯/୦୪/୨୦୨୦ ଅନୁସାରେ ସରପଂଚଙ୍କୁ ପ୍ରଦାନ କରାଯାଇଥିବା କ୍ଷମତାକୁ ବ୍ୟବହାର କରି କଟି୍ରଙ୍ଗିଆ ପଂଚାୟତର ସରପଂଚ ଶ୍ରୀମତୀ ନମିତା କହଁର ଅଗଷ୍ଟ ମାସ ୧୫ ତାରିଖ ଦିନ ୧୧ଟାଠାରୁ ଆସନ୍ତା ୨୧ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ସମଗ୍ର କଟି୍ରଙ୍ଗିଆ ପଂଚାୟତକୁ ସଟଡାଉନ ଘୋଷଣା କରିିଛନ୍ତି ।

ଏହି ସମୟ ଭିତରେ ସେହି ଅଂଚଳରେ ଏହାର ନିୟମକୁ କଡାକଡି ଭାବରେ ପାଳନ କରବାକୁ ମଧ୍ୟ ନିଦେ୍ଦ÷ର୍ଶ ଦେଇଛନ୍ତି ସରପଂଚ । ସୁଚନା ଯୋଗ୍ୟ ନାକୁଡିଶରୁ ଗ୍ରାମର ଜଣେ,ଶ୍ରାକି ଗ୍ରାମରୁ ୮ ଜଣ ଏବଂ କୁଟିବାରି ଗ୍ରାମର ଜଣକୁମିଶାଇ ପଂଚାୟତରେ ମୋଟ ୧୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେଥିପାଇଁ ସଦରପଂଚ ଏହି ପଦକ୍ଷେପ ନେଇଥିବା ନେଇ ଏକ ପତ୍ର ମାଧ୍ୟରେ ଏହି ନିଦେ୍ର୍ଦଶ ଦେଇଛନ୍ତି । ଏହାର ଏକ କିତା ନକଲ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡିଙ୍କ ସମେତ ଜିଲା ଆରକ୍ଷୀ ଅଧିକ୍ଷକ,ଫୁଲବାଣୀ ବିଡିଓ,ତହସିଲଦାର ଏବଂ ସ୍ୱାସ୍ଥ୍ୟ ବିଭାଗକୁ ପଠାଇଠାଇଥିବା ଜଣାପଡିଛି ।

Leave A Reply