Odisha news

କନ୍ଧମାଳରେ ଆଜି ୬୨ କରୋନା ପଜିଟିଭ ଚିହ୍ନଟ : ମୋଟ ପଜିଟିଭ ସଂଖ୍ୟା ୬୭୮

0

ଫୁଲବାଣୀ ୦୪/୦୮, ଆଜି ପୁଣି କନ୍ଧମାଳ ଜିଲ୍ଲାରେ ମୋଟ ୬୨ ଜଣଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଛି । ଏହାକୁ ମିଶାଇ ମୋଟ କନ୍ଧମାଳ ଜିଲ୍ଲାରେ ୬୭୮ ଜଣଙ୍କ ପଜିଟିଭ ଚିହ୍ନଟ ହେଲାଣି । ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବାରୁ ପ୍ରଶାସନ ଚିନ୍ତାରେ ପଡିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ଯଥେଷ୍ଟ ଉଦ୍ୟମ ମଧ୍ୟ କରୁଛି । ବର୍ତମାନ ସୁଦ୍ଧା ୨ ଜଣ କରୋନା ରୋଗୀଙ୍କ ଜିଲ୍ଲାରେ ମୃତୁ୍ୟ ହୋଇଥିବା ବେଳେ ୩୭୦ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ୩୦୬ ଜଣ ସଂକ୍ରମିତ କୋଭିଡ ହସପିଟାଲରେ ଚିକିସôିତ ହେଉଛନ୍ତି ।

ଗତକାଲି କନ୍ଧମାଳ ଜିଲ୍ଲାରୁ କେହି ଜଣେ ହେଲେ ବ୍ୟକ୍ତି ପଜିଟିଭ ବାହାରିନଥିବା ବେଳେ ଆଜି ଚିହ୍ନଟ ହୋଇଥିବା ୬୨ ଜଣଙ୍କ ମଧ୍ୟରୁ ଫିରିଙ୍ଗିଆ, ତୁମୁଡିବନ୍ଧ, ଫୁଲବାଣୀ, କୋଟଗଡ, ଦାରିଙ୍ଗବାଡି, ରାଇକିଆ, ଖଜୁରୀପଡା, ଟିକାବାଲି, କ.ନୂଆଗାଁ ଆଦି ଅଂଚଳର ବୋଲି ଜଣାପଡିଛି । ଗତ ଏକ ସପ୍ତାହ ମଧ୍ୟରେ ଜିଲ୍ଲାରୁ ୨୫୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ, ଜିଲ୍ଲାରେ ଥିବା ୧୭୧ ଟିଏମସି, ୧୦ଟି କୋଭିଡ କେୟାର ସେଣ୍ଟର ଓ ଗୋଟିଏ କୋଭିଡ ହସ୍ପିଟାଲ ରହିଛି । ଟିଏମସିରେ ବର୍ତମାନ ୭୭ ଜଣ ଅଛନ୍ତି । କୋଭିଡ କେୟାର ସେଂଟରରେ ୨୮୯ ଜଣ ଅଛନ୍ତି । ତେବେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରୀ ରହିଛି ।

Leave A Reply