Odisha news

କନ୍ଧମାଳରେ କୃଷି ବୀମା ରଥ ଗଡିଲା : କଣ୍ଟନମେଣ୍ଟ ଜୋନ ବ୍ୟତୀତ ୧୭୧ଟି ପଂଚାୟତରେ କରିବ ସଚେତନତା

0

ଫୁଲବାଣୀ (ସନ୍ତୋଷ ମିଶ୍ର ) : ଆଜି ଫୁଲବାଣୀ କୃଷି କାର୍ଯ୍ୟାଳୟ ପରିସରେ  ଦେଶରେ ଚାଷି ମାନଙ୍କ ପାଇଁ ସେମାନଙ୍କର କୃଷିରେ ସହାୟତା ନିମନ୍ତେ ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଚାଷରେ  କ୍ଷୟକ୍ଷତି ହେଲେ  କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା  କୃଷି ବୀମା ଯୋଜନାର ବିଭିନ୍ନ ସୁବିଧା ଗୁଡିକ ବାବଦରେ କନ୍ଧମାଳ ଜିଲାର ଗ୍ରାମାଂଚଳରେ ସଚେତନତା ପାଇଁ ଦୁଇଟି ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି ।

ଏହି ଶୁଭ ଉଦଘାଟନ ଜିଲା ମୁଖ୍ୟ କୃଷି ଅଧିକାରୀ ଡ.ବସନ୍ତ କୁମାର ସାହୁ ପତାକା ଦେଖାଇ ଉଦଘାଟନ କରିଥିବାବେଳେ ଏହି ଅବସରରେ ଫୁଲବାଣୀ ଜିଲା କୃଷି ଅଧିକାରୀ ରବିଚନ୍ଦ୍ର ନାୟକ,ଆତ୍ମାର ଉପ-ପ୍ରକଳ୍ପ ନିଦେ୍ର୍ଧଶକ ହେମନ୍ତ ଦାସ,ରିଲାୟନ୍ସ ଜିଆଇସି ଲିମିଟେଡର ସଂଯୋଜକ ଉତମ ଅମାନ ଓ ସହକାରୀ କୃଷି ଅଧିକାରୀ ଜଗନ୍ନାଥ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।  ଏହି କାର୍ଯ୍ୟରେ ତାଙ୍କୁ ବିଭାଗୀୟ କର୍ମଚାରୀ ଶଙ୍କର ବେହେରା ଓ ଲବ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

ଏହି ଦୁଇ ରଥ ଜିଲାରେ କରୋନା ସଂକ୍ରମଣ ଯୋଗୁଁ ଘୋଷଣା କରାଯାଇଥିବା କଣ୍ଟନମେଣ୍ଟ  ଜୋନ ଭାବରେ ଘୋଷଣା କରାଯାଇଥିବା ଅଂଚଳ ବ୍ୟତୀତ ୧୭୧ଟି ପଂଚାୟତର ଗ୍ରାମାଂଚଳରେ ବୁଲି ବୁଲୁ କୃଷକ ମାନଙ୍କୁ କେନ୍ଦ୍ରସରକାରଙ୍କ ଦ୍ୱାରା କରାଯାଇଥିବା କୃଷି ବୀମାର ସମସ୍ତ ସୁବିଧା ବାବଦରେ ସଚେତନ କରିବ । ଏହି ବୀମା ଯୋଜନାର ସୁବିଧା ମୁତାବକ ଚାଷି ମାନଙ୍କୁ ଗ୍ରାମ ପଂଚାୟତ ୟୁନିଟ ହିସାବରେ ସେମାନଙ୍କର ଧାନ ଫସଲର କ୍ଷୟକ୍ଷତି ଅନୁସାରେ ସେମାନଙ୍କର ଫସଲ ବୀମାର କ୍ଷତି ପୁରଣ ପ୍ରଦାନ କରାଯିବା ସହିତ ଅଦା,ମକା ଏବଂ ହଳଦୀ ଚାଷୀଙ୍କୁ ମଧ୍ୟ ସେମାନେ କରିଥିବା ବୀମା ଅନୁସାରେ ଏବଂ ସେମାନଙ୍କର ଚାଷରେ ହୋଇଥିବା  କ୍ଷତି ଅନୁସାରେ କ୍ଷତି ପୁରଣ ମିଳିବ ବୋଲି ରିଲାୟନ୍ସ ଜିଆଇସିର ସଂଯୋଜକ ସୁଚନା ଦେଇଛନ୍ତି ।

Leave A Reply