ଫୁଲବାଣୀ,୮ା୭, ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ଗତ ୭ ତାରିଖରୁ ଦୁଇ ଦିନ ଧରି ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଉପରେ ଏକ ତାଲିମ କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲା ପରିଷଦ ସମ୍ମୀଳନୀ କକ୍ଷ ଫୁଲବାଣୀରେ ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦିନରେ ଶକ୍ତି ସଂରକ୍ଷଣ କ୍ଷମ ଗୃହ ନିର୍ମଣା ପାଇଁ ବାଣିଜି୍ୟକ ଓ ଆବାସିକ ଶକ୍ତି ସଂରକ୍ଷଣ ବିଲ୍ଡିଙ୍ଗ କୋର୍ଡ ଉପରେ ବିସ୍ରୃତ ଭାବରେ ଆଲୋଚନା କରାଯାଇଥିଲା । ଗୃହ ନିର୍ମାଣ ଓ ଡିଜାଇନ ସମୟରେ କିଭଳି ଏବଂ କେଉଁ କେଉଁ ବ୍ୟବସ୍ଥା କରାଗଲେ ଶକ୍ତି ସଂରକ୍ଷଣ କରାଯାଇ ପାରିବ ଶକ୍ତି ସଂରକ୍ଷଣ ବିଲ୍ଡିଙ୍ଗ କୋର୍ଡ (ଇ.ସି.ବି.ସି) ମାଷ୍ଟର ଟ୍ରେନର ରାଣା ପ୍ରତାପ ଓ କୁମାର ବିପ୍ଳବ ଏହି ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ଶକ୍ତି ବିଭାଗ ତରଫରୁ ଇଂ.ଅଶୋକ ନନ୍ଦ ଏବଂ ତାଙ୍କର ଟିମ୍ର ଅନ୍ୟତମ ସଦସ୍ୟ ତାର୍କେଶ ମିଶ୍ର ଏହି କାର୍ଯ୍ୟକ୍ରମରେ ତାଙ୍କୁ ସହଯୋଗ କରିଥିଲେ ।
କନ୍ଧମାଳ ଜିଲ୍ଲାର ରାସ୍ତା ଓ କୋଠାବାଡି,ପିଡବ୍ଲୁ୍ୟଡି,ଡିଆଇସି,ପୌରପରିଷଦ ଏବଂ ବିଜ୍ଞାପିତ ଅଂଚଳ ପରିଷଦ ଶକ୍ତି (ଟିି.ପି.ଏସ.ଓ.ଡି.ଏଲ) ଓ ଏହାସହିତ ଜଡିତ ଅନ୍ୟନ୍ୟ ବିଭାଗର ଯନ୍ତ୍ରୀ ଓ ଆର୍କିଟେକ୍ଟ ମାନେ ଏହି ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେବେ ଏହିଭଳି ଗୃହ ନିର୍ମଣା ବାବଦରେ କୌଣସି ବିଭାଗ କିମ୍ବା କୌଣସି ବ୍ୟବକ୍ତି ବିଶେଷ ଯାଣିବାକୁ ଚାହିଁଲେ ଏହାର ବାବଦରେ ଇଂ.ଅଶୋକ ନନ୍ଦଙ୍କ ସହିତ ୯୪୩୭୩୦୩୫୪୮ କିମ୍ବା ୭୯୭୮୭୮୨୪୯୮ ମୋବାଇଲ ନମ୍ବରରେ ଯୋଗା ଯୋଗ କଲେ ତାଙ୍କୁ ପରାମର୍ଶ ମିଳି ପାରିବ ବୋଲି ବୋଲି ସୁଚନା ପ୍ରଦାନ କରାଯାଇଛି ।