ଫୁଲବାଣୀ,୨୧/୦୭ କନ୍ଧମାଳ ଜିଲା କ ନୁଆଁଗାଁ ଥାନା ଅଂଚଳରେ ଥିବା କନ୍ଦିବାନ୍ଦା ଘାଟିରେ ଅପରାହ୍ନ ସମୟରେ ଏକ ମାଲବାହୀ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବାପରେ ସେଠାରେ ଥିବା ୩ଜଣ ଅଳ୍ପକେ ରକ୍ଷା ପାଇଛନ୍ତି । ହେଲେ ସେଥିରେ ଥିବା ଡ୍ରାଇଭର ଜଣକ ଟ୍ରକ ଓ ନିକଟରେ ଥିବା ଗୋଟିଏ ବଡ ଗଛରେ ଚାପିହୋଇ ରହି ଯାଇଥିଲା । ସେଠାରୁ ବାହାରିପାରୁନଥିଲା । ଏହି ଖବର ପାଇବାପରେ ବାଲିଗୁଡା ଏସଡିପିଓ ମାନସରଞ୍ଜନ ବାରିକ ତୁରନ୍ତ ସେଠାରେ ପହଂଚି ଅଗ୍ନିଶମ ବିଭାଗ,ଆମ୍ବୁାଲାନ୍ସ ଏବଂ ସେହି ଅଂଚଳରେ ଥିବା ଗୋଟିଏ ଠିକାସଂସ୍ଥାର ଜେସିବିକୁ ଡାକି ସେଠାରେ ଫସିଥିବା ଡ୍ରାଇଭରକୁ ବାହାର କରିବାରେ ସହାୟତା କରିଥିଲେ ଶ୍ରୀ ବାରିକ, ଫଳରେ ଡ୍ରାଇଭର ଜଣକ ଆସନ୍ନ ମୃତୁ୍ୟ ମୁଖରୁ ରକ୍ଷା ପାଇଥିଲା । ତାକୁ ସେଠାରୁ କ.ନୁଆଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିସôା ପାଇଁ ପଠାଯାଇଥିଲା ।
ସୁଚନା ଅନୁସାରେ ଏକ ଠିକା ସଂସ୍ଥାର ମାଲବାହୀ ଟ୍ରକ ସିଜି-୨୨ଜେ ୫୮୦୦ କିରୀକୁଟୀଠାରୁ ମେଟାଲ ବୋଝେଇ କରି ରାଇକିଆ ଆଡକୁ ଯାଉଥିବା ବେଳେ ସେଠାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗାଡିର ହେଲପର ସାମାନ୍ୟ ଆହତ ହୋଇଥିବା ବେଳେ ସେଠାରେ ଡ୍ରାଇଭର ଗାଡି ଭିତରେ ଚାପି ହୋଇ ରହି ଥିଲା । ସେଠାରୁ ତାକୁ ବାହାର କରିବାପରେ ସେ ସେଠାରୁ ମୃତୁ୍ୟ ମୁଖରୁ ରକ୍ଷା ପାଇଥିଲା । ସେଠାରେ ଏସଡିପିଓଙ୍କ ସହିତ କ.ନୁଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲ ଏବଂ ଅଗ୍ନିଶମ ବିଭାଗର ଅଧିକାରୀ ସେଠାରେ ରହି ଉଦ୍ଧାର କାର୍ଯ୍ୟ କରାଇଥିଲେ ।