ଫୁଲବାଣୀ : ଜାତୀୟ କୁଷ୍ଠ ନିରାକରଣ ଦିବସ ଅବସରରେ ଏହି ଦିବାସକୁ ଫୁଲବାଣୀରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଶୋଭାଯାତ୍ରାକୁ ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରା ଜିଲ୍ଲା ମୁଖ୍ୟ ଚିକିସôାଳୟ ପରିସରରୁ ବାହାରି ସହର ପରିକ୍ରମା କରି କୁଷ୍ଠରୋଗର ନିରାକରଣ ନିମନ୍ତେ ଲୋକଙ୍କୁ ବିଭିନ୍ନ ସଚେତନତାର ବାର୍ତା ପ୍ରଦାନ କରିଥିଲେ । ପରେ ମୁଖ୍ୟ ଚୁିକିସôାଳୟ ସଭାଗୃହରେ ଏକ ସଭାର ଆୟୋଜନ ହୋଇଥିଲା । ସଭାରେ ଡା କଲ୍ୟାଣି ମିଶ୍ର,ଡା ପ୍ରଶନ୍ନ କୁମାର ତି୍ରପାଠୀ,ଏ.ଡି.ଏମ.ଓ ଡା.ପ୍ରଭାକର ସାହୁ,ଡା.ବସନ୍ତ କୁମାର ପାତ୍ର,ଡା ଶ୍ୟାମପ୍ରସାଦ ପାଣିଗ୍ରାହୀ,ଡି.ପି.ଏମ ଆଶିସ କୁମାର ମହାନ୍ତିଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ । ସମସ୍ତ ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଘରଘର ବୁଲି ସର୍ଭେ କରିବା ସହିତ ଏହି ରୋଗକୁ ଚିହ୍ନଟ କରିବା କୁଷ୍ଠ ରୋଗ ବିଷୟରେ ଲୋକଙ୍କ ଭିତରେ ରହିଥିବା ଅନ୍ଧ ବିଶ୍ୱାସକୁ ଦୁର କରିବା ଏବଂ ଗୁଜବକୁ ବିଶ୍ୱାସ ନ କରି ଚିକିସôା ଦ୍ୱାରା ଏହାକୁ ଆରୋଗ୍ୟ କରିବା ଭଳି ପରାମର୍ଶ ଦେଇଥିଲେ । ଏହି ଅବସରରେ ଅଙ୍ଗନବାଡି ଏବଂ ଆଶା କର୍ମୀ ମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନୀତ କରାଯାଇଥିଲା ।