Odisha news

ନିର୍ଭାୟା ଯୋଜନାରେ ପୋଲିସ ବିଭାଗକୁ ମିଳିଲା ୧୩ଟି ସ୍କୁଟି : ଅସହାୟଙ୍କୁ ତକ୍ରାଳ ସେବା ଯୋଗାଇବାକୁ ସରକାରଙ୍କର ପଦକ୍ଷେପ

0

ଫୁଲବାଣୀ,୧୧/୦୧(Santosh Mishra) :  କନ୍ଧମାଳ ଜିଲ୍ଲାରେ ଥିବା ବିଭିନ୍ନ ଥାନାରେ କାର୍ଯ୍ୟରତ ମହିଳା ପୋଲିସ କର୍ମଚାରୀ ମାନେ ଜିଲ୍ଲାର ବିଭିନ୍ନ ଅଂଚଳରେ ମହିଳାଙ୍କୁ ତୁରନ୍ତ ସେବା ଯୋଗାଇଦେବା ସେମାନଙ୍କୁ ଗୋଟିଏ ଲେଖାଏଁ ହୀରୋ ପ୍ଲେଜର ପ୍ଲସ ସ୍କୁଟି ସରକାରଙ୍କର ନିର୍ଭୟା ଯୋଜନାରେ ଯୋଗାଇ ଦିଆଯାଇଛି । ଏହି ସୂଚନା ଆଜି କନ୍ଧମାଳ ପୋଲିସ ବିଭାଗ ତରଫରୁ ଜଣାଇଦିଆଯାଇଛି । ସୂଚନା ଅନୁସାରେ ଆଜି ଫୁଲବାଣୀ ହୀରୋ ସୋରୁମ ଜରିଆରେ ପୋଲିସ ବିଭାଗକୁ ୧୩ଟି ସ୍କୁଟି ଯୋଗାଇ ଦିଆଯଏାଇଛି । ଏହି ସ୍କୁଟି ଗୁଡିକ ଦ୍ୱାରା ଜିଲ୍ଲାରେ ଥିବା ୧୩ଟି ଥାନା ଏବଂ ଫାଣ୍ଡିରେ କାର୍ଯ୍ୟରତ ମହିଳା ପୋଲିସ କର୍ମଚାରୀ ମାନେ ସେମାନଙ୍କ ଥାନା ଅଂଚଳରେ ଅସୁବିଧାରେ ପଡିଥିବା ମହିଳାମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିପାରିବେ ସେହି ଦିଗରତେ ଏହା ସେମାନଙ୍କୁ ସହାୟକ ହେବେ ବୋଲି ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି । ସୋରୁମରୁ ଆସିବାପରେ ମାଦିକୁନ୍ଦା ପୋଲିସ ପଡିଆଠାରେ ମହିଳା ପୋଲିସ କର୍ମଚାରୀ ମାନଙ୍କୁ ଏହି ସ୍କୁଟି ଗୁଡିକ ହସ୍ତାନ୍ତର କରାଯାଇଛି ।

Leave A Reply