ଫୁଲବାଣୀ,୧୧/୦୧, ଫୁଲବାଣୀ ବଳଦିଆ ତୈଳିକ ସମାଜର ମଣ୍ଡପ ଗୃହର ଶୁଭ ଉଦଘାଟନ ହୋଇଯାଇଛି । ସ୍ଥାନୀୟ ପିଅନପଡା ଠାରେ ନିର୍ମାଣ ହୋଇଥିବା ଏହି ମଣ୍ଡପକୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମଣ୍ଡପକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ସମସ୍ତ ତୈଳିକ ସମାଜର ବ୍ୟକ୍ତି ମାନଙ୍କ ସମେତ ପଡୋଶୀ ଜିଲ୍ଲା ସଂଗଠନର କର୍ମକର୍ତା ମାନେ ମଧ୍ୟ ଯୋଗ ଦେଇଥିଲେ । ବିଧାୟକ ତୈଳିକ ସମାଜର ଉନ୍ନତି ପାଇଁ ସଂଗଠନ ପକ୍ଷରୁ ନିର୍ମାଣ କରାଯାଇଥିବା ମଣ୍ଡପ ସର୍ବସାଧାରଣଙ୍କ କାର୍ଯ୍ୟରେ ନିୟୋଜିତ ହେବା ସହିତ ସମାଜର ଉନ୍ନତିରେ ମଧ୍ୟ ସହାୟକ ହେବ ବୋଲି କହିଥିଲେ ।
ସମାଜର ସମ୍ପାଦକ ରାଜକିଶୋର ସାହୁ ପ୍ରଥମେ ବିବରଣୀ ପାଠ କରିଥିଲେ । ଏହି ଅବସରରେ ତୈଳିକ ସମାଜ ତରଫରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଶିବିରକୁ ଫୁଲବାଣୀ ରକ୍ତଭଣ୍ଡାର ଅଧିକାରୀ ଡା.ଜୟଦୀପ ଘୋଷ ଉଦଘାଟନ କରିଥିଲେ ଏହି ଅବସରରେ ଫୁଲବାଣୀର ବରିଷ୍ଠ ରକ୍ତଦାତା ପ୍ରଶାନ୍ତ କୁମାର ବେହେରା ଉପସ୍ଥିତ ଥିଲେ । । ଶିବିରରେ ରକ୍ତ ସଂଗ୍ରହ କାର୍ଯ୍ୟ ଟେକନିସିଆନ ତୁଷାରକାନ୍ତ ପ୍ରଧାନ,ଦିନକୃଷ୍ଣ ମହନ୍ତ,ସୁଜିତ କୁମାର ସାହୁ ଏବଂ ବରୁଣ ବେହେରା ପ୍ରମୁଖ ସମ୍ପାଦନ କରିଥିଲେ ।