Odisha news

ଜଳିଗଲା ଚଳନ୍ତା ବସ ଅଳ୍ପକେ ବର୍ତିଲେ ୩୦ ଯାତ୍ରୀ : ପୋଡିଗଲା ଲୋକଙ୍କ ଜିନିଷ

0

ଫୁଲବାଣୀ,୧୧/୦୧(Santosh Mishra) :  ଯାତ୍ରୀ ମାନଙ୍କୁ ନେଇ ଯାଉଥିବା ରୁଦ୍ରକାଳୀ ନାମକ ଏକ ଏକ ଘରୋଇ ଯାତ୍ରୀବାହୀ ବସରେ ସର୍ଟସର୍କିଟ ହୋଇ ନିଆଁ ଲାଗିଯିବାରୁ ବସଟି ରାସ୍ତାରେ ଧୁଧୁ ହୋଇ ଜଳିଯାଇଛି । ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିବା କହିଛନ୍ତି ଡ୍ରାଇଭରର ବୁଦ୍ଧିମତା ଯୋଗୁଁ ବଂଚି ଯାଇଥିବା ଯାତ୍ରୀମାନେ । ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଏମ ରାମପୁରରୁ ବାହାରି ଏହି ବସଟି ଭଞ୍ଜନଗର ଯାଉଥିବା ଏହି ବସଟି କନ୍ଧମାଳ ଜିଲ୍ଲା କଞ୍ଜାମେଣ୍ଡି ନୁଆଗାଁ ନିକଟରେ ଥିବା ଧୁଙ୍ଗିଆଦିଆ ଘାଟିଠାରେ ବସାଟି ଉଠାଣି ଉଠୁଥିବାବେଳେ ବସରେ ସର୍ଟସର୍କିଟ ହୋଇ ତତକ୍ଷଣାତ୍ ନିଆଁ ଲାଗିଯାଇଥିଲା ।

ଗାଡିରେ ସେନ୍ସର ଲାଗିଥିବାରୁ ଡ୍ରାଇଭର ଗାଡିରେ ନିଆଁ ଲାଗିଥିବା ଜାଣିପାରି ତୁରନ୍ତ ଗାଡିକୁ ଅଟକାଇ ଯାତ୍ରୀ ମାନଙ୍କୁ ଗାଡିରୁ ଓହ୍ଲାଇଯିବାକୁ କହିଥିଲେ । ଫଳରେ ସେଥିରେ ଥିବା ୩୦ ଜଣ ଯାତ୍ରୀ ସେଠାରେ ଜଳନ୍ତା ଗାଡିରୁ ଓହ୍ଲାଇ ପଡିଥିଲେ ସେମାନଙ୍କର କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ସେମାନଙ୍କର ଜିନିଷପତ୍ର ସବୁ ପୋଡି ଯାଇଛି । ସେଥରୁ ଜଣେ ଯୁବତୀଙ୍କର ସାର୍ଟିଫିକେଟ୍ ସମେତ ମୋବାଇଲ ଏବଂ ଅନ୍ୟାନ୍ୟ ମୁଲ୍ୟବାନ ଜିନିଷ ସବୁ ପୋଡିଯାଇଛି ବୋଲି ଯୁବତୀ ଜଣକ କହିଛନ୍ତି । ଖବର ପାଇ କ ନୁଆଗାଁ ଥାନା ପୋଲିସ ଏବଂ ଅଗ୍ନିଶମ ବାହୀନି ସେଠାରେ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଠା କରିଥିଲେହେଁ ଏହା ସଫଳ ହୋଇପାରିନାହିଁ ।

 

Leave A Reply