ଫୁଲବାଣୀ : ଆଜି କନ୍ଧମାଳ ଜିଲାରେ ଆଉ ୬ଜଣ କରୋନା ପଡଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ଟିକାବାଲି ଅଂଚଳର ୫ ଜଣ ଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର ଏବଂ ଆଉ ୨ ଜଣ ସଂକ୍ରମିତ ମାନଙ୍କ ସହିତ ସଂସ୍ପର୍ଶରେ ଆସିବାପରେ ସଂକ୍ରମିତ ହୋଇଥିବା ଜଣାପଡିଛି ।
ବର୍ତମାନ ସେମାନେ ସମସ୍ତେ କୋଭିଡ ହସପିଟାଲରେ ରହି ଚିକିସôିତ ହେଉଥିବା ଜଣାପଡିଛି । ତେବେ ଟିକାବାଲି ଅଂଚଳରେ ସାମାଜିକ ସଂକ୍ରମଣ ଆରମ୍ଭ ହୋଇଥିବାରୁ ସମଗ୍ର ଟିକାବାଲି ଅଂଚଳକୁ ଅନିର୍ଦ୍ଧିଷ୍ଟ କାଳପାଇଁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ଏହାସହିତ ଟିକାବାଲିର ଆଖପାଖରେ ଥିବା
ଛତିଝାର,ଡୁଙ୍ଗି,ତେନ୍ତୁଳିଗଡ,ବାଡିକିଆ,ବୁଦୁଗୁଦାରି,ପୁରୁଣାଗଡ,ବାହାଡାସାହି,କୋଚିଲାଗଡ,ଦସଘରିଆ ଓ ଟିପାରିଗାଁ ଆଦି ଅଂଚଳକୁ ବଫର ଜୋନ ଭାବରେ ଜିଲା ପ୍ରଶାସନ ତରଫରୁ ଘୋଷଣା କରାଯାଇଛି । ତେବେ ଏହି ୬ଜଣଙ୍କୁ ମିଶାଇ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୧୯୯ ରେ ପହଂଚିଛି ଆଜି ପୁଣି ଆଉ ୪ଜଣ ଆରୋଗ୍ୟ ହୋଇ ଘରକୁ ଫେରିଥିବାବେଳେ ଜିଲାରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୮୯ ରେ ପହଂଚିଛି । କୋଭିଡ ସହପିଟାଲରେ ଆଉ ୧୦ ଜଣ ସଂକ୍ରମତି ଚିକିସôିତ ହେଉଥିବା ଜଣାପଡିଛି । ଜିଲାରେ ଧିରେ ଧିରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲୋକଙ୍କ ସମେତ ଜିଲାପ୍ରଶାସନର ମଧ୍ୟ ଗୁରୁତର ଭାବରେ ଚିନ୍ତା କରିବାସହିତ ଲୋକଙ୍କପାଇଁ ଅଧିକ କଠୋର ପଦକ୍ଷେପ ନେବାପାଇଁ ପ୍ରସ୍ତୁତ ହେଉଥିବା ଜଣାପଡିଛି ।
