Odisha news

ଆଜି ୨ କରୋନା ପଜିଟିଭ୍ ଚିହ୍ନଟ : ଭଦ୍ରକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୬ ଛୁଇଁଲା

0

ଭଦ୍ରକ :ଭଦ୍ରକ ଜିଲ୍ଲାରେ ଆଜି ନୂତନ ଭାବେ କରୋନା ଆକ୍ରାନ୍ତ ୨ଜଣ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ପହଞ୍ଚିଛି ୨୯୬ରେ । ଏମାନଙ୍କ ମଧ୍ୟରୁ ମୋଟ ସୁସ୍ଥ ହୋଇସାରିଛନ୍ତିି ୨୭୧ଜଣ । ଏବେ ଆକଫିଭ ଆକ୍ରାନ୍ତ ୨୪ଜଣ ଚିକିତ୍ସାଧୀନ ରହିଛନ୍ତି । ମୋଟ ୧୨ ହଜାର ୧୮୫ ସାମ୍ପୁଲ ଟେଷ୍ଟ ସରିଛି । ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଓ ବଫରଜୋନ ଘୋଷଣା କରାଯାଇଛି ।

ଚିହ୍ନଟ ଆକ୍ରାନ୍ତ ୨ ଜଣ ଜଣେ ଭଦ୍ରକ ପୌରପାଳିକାର ୧୪ ନଂ ଓ୍ୱାର୍ଡର ହୋଇଥିବା ବେଳେ ଜଣେ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର । ପୌରପାଳିକାରୁ ଚିହ୍ନଟ ହେବା ପରେ ୧୪ ନଂ ଓ୍ୱାର୍ଡକୁ କଣ୍ଟେନମେଣ୍ଟଜୋନ ଓ ୧୯ ନଂ ଓ୍ୱାର୍ଡକୁ ବଫରଜୋନ କରାଯାଇଛି । ସେହିପରି ଭଣ୍ଡାରିପୋଖରୀ ବ୍ଲକର ଚିଙ୍ଗୁଡିପୁର ହାଇସ୍କୁଲକୁ କଣ୍ଟେନମେଣ୍ଟଜୋନ ଓ ବିଷ୍ଣୁପୁର ପଞ୍ଚାୟତକୁ ବଫରଜୋନ ଘୋଷଣା କରାଯାଇଛି । ଏହା ବ୍ୟତୀତ ବାସୁଦେବପୁର ବ୍ଳକର କରଞ୍ଜଆଡିଆ ହାଇସ୍କୁଲ ଓ ଭଦ୍ରକ ପୌରପାଳିକାର ୬ ନଂ ଓ୍ୱାର୍ଡ ସ୍ଥିତ ରାତ୍ର କାଳୀନ ଆଶ୍ରୟସ୍ଥଳୀକୁ କଣ୍ଟେନମେଣ୍ଟ ଓ ବାସୁଦେବପୁରର ନାଇକାଣିଡିହି ପଞ୍ଚାୟତ ଏବଂ ଭଦ୍ରକ ପୌରପାଳିକାର ୬ ନଂ ଓ୍ୱାର୍ଡକୁ ବଫରଜୋନ କଟକଣାରୁ ମୁକ୍ତ କରାଯାଇଛି ।

Leave A Reply