ଫୁଲବାଣୀ(Santosh Mishra) : କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ ଅନ୍ତର୍ଗତ ମହାସିଙ୍ଗ୍ ପଂଚାୟତର ଲିମାରପଦର ଗ୍ରାମ ଠାରେ ବାଲିଗୁଡ଼ା ଆଇ.ଟି.ଡ଼ି.ଏ ପକ୍ଷରୁ ଆଜି ୪୦ ଜଣ ଆଦିବାସୀ ଚାଷୀଙ୍କୁ ଜଣକ ପିଛା ୩୦୦ ଟି ଲେଖାଏଁ ଟିସୁ କଲଚର ଜି ନ୍ଧବନ୍ ପ୍ରଜାତିର କଦଳୀ ଚାରା ପ୍ରଦାନ କରଯାଇଛି । ଏହା ୧୦ମାସ ମଧ୍ୟରେ ଉନ୍ନତ ମାନର ଫଳ ପ୍ରଦାନ କରିପାରିବ । ଏହି ଚାଷରେ ଅଳ୍ପ ସମୟ ମଧ୍ୟରେ ଚାଷୀ ସ୍ୱାବଲମ୍ବି ହୋଇ ପାରିବ । ବୃକ୍ଷର ରକ୍ଷଣା ବେକ୍ଷଣ ବାବଦକୁ ପ୍ରଶାସନ ପକ୍ଷରୁ ତାରବାଡ଼ ପ୍ରଦାନ କରାଯିବ ବୋଲି ପ୍ରକଳ୍ପ ପରିଚାଳକ ସୀମରନ୍ ନାୟକ ସୂଚନା ଦେଇଛନ୍ତି ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳିର ବିଧାୟକ ଚକ୍ରମଣି କହଁର ଯୋଗଦେଇ ଚାଷୀଙ୍କ ୁଚାରା ପ୍ରଦାନ କରିବା ସହିତ ଚାଷ ଜମିରେ ଆନୁଷ୍ଠାନିକ ଭାବରେ ଶୁଭ ଉଦ୍ଘାଯନ କରି କଦଳୀ ଚାରା ରୋପଣ କରିଥିଲେ । ସମୁଦାୟ ୧୨ହଜାର କଳଦୀ ଚାରା ପ୍ରଦାନ କରାଯାଇଥିବା ବେଳେ ଚାଷୀ ମିଥୁନ୍ ମଲିକ , କଂସ ପ୍ରଧାନ , ରିଚାରସନ୍ ମଲିକ , ରତ୍ନାକର ମଲିକ ପ୍ରମୁଖ ଏହି ଅବସରରେ ପ୍ରଶାସନକୁ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବାଲିଗୁଡ଼ା ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶୁରେଶ ପ୍ରଧାନ ,କାର୍ଯ୍ୟଦକ୍ଷକ ଚନ୍ଦ୍ରକାନ୍ତ କହଁର , ଅଚ୍ୟୁତା ପାତ୍ର , ମିଲନ ଦିଗାଲ ଓ ଅନ୍ୟମାନେ ଯୋଗଦେଇଥିବା ବେଳେ ପ୍ରକଳ୍ପ ପରିଚାଳକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲୋ ।