ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ସିର୍ଲା ପଂଚାୟତର ସିରିକୁଟି ଗ୍ରାମର ଜଣେ ମାଓସମର୍ଥକ(ମେଲେସିଆ)କୁ ତୁମୁଡିବନ୍ଧ ପୋଲିସ ଗିରଫ କରିଛି । ତାର ନାମ ଭୀମା ଦିଗାଳ ବୋଲି ଜଣାପଡିଛି । ସୁଚନା ସୁଚନା ଯୋଗ୍ୟ ଗତ ୫ ତାରିଖ ଦିନ ଭୋର ସମୟରେ ସିରିକୁଟିରେ କୁମ୍ବିଙ୍ଗ ବେଳେ ଜବାନଙ୍କ ଗୁଳିରେ ୫ ଜଣ ମାଓବାଦୀ ପ୍ରାଣ ହରାଇଥିଲେ ।
ଏହାପରେ କୋମ୍ବିଙ୍ଗ ଅପେରେସନ ଯୋରଜାର ଚାଲିଥିଲା ସେହି ଅଚଂଳରେ । କୌଣସି ସୁତ୍ରରୁ ସୁଚନା ପାଇ ପୁଣି ପୋଲିସ ଏକ ମେଲେସିଆ କୁ ଗିରଫ କରି କୋର୍ଟ ଚାଲଣ କରିଛି । ସିର୍ଲା ଅଚଂଳରେ ମାଓବାଦୀଙ୍କର ଚଳପ୍ରଚଳ ରହୁଥିବାରୁ ପୋଲିସର ତୀକ୍ଷ୍ଣ ନଜର ସେହି ଅଂଚଳ ଉପରେ ରହିଛି । ଗୋଟିଏ ପରେ ଗୋଟିଏ ମାଓ ଦମନ ଅଭିଯାନରେ ପୋଲିସ ସଫଳତା ହାସଲ କରୁଛି ।